Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସୋସିଆଲ ମିଡିଆରେ ନବୀନ ହେଲେ କ୍ୱିଜ ମାଷ୍ଟର

24/11/2019 at 10:09 PM

ଭୁବନେଶ୍ୱର ୨୩।୧୧ –   ସୋସିଆଲ ମିଡିଆରେ ନବୀନ ହେଲେ କ୍ବିଜ୍ ମାଷ୍ଟର ।  ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ପଚାରିଛନ୍ତି ପ୍ରଶ୍ନ। ସଂଧ୍ୟା ୬ଟା ସୁଦ୍ଧା ଉତ୍ତର ରଖିବାକୁ ନବୀନଙ୍କ ଟାଇମ ଥିଲା। ଆଉ ଏହି ସମୟ ଭିତରେ ନବୀନଙ୍କ ପ୍ରଶ୍ନର ଶହଶହ ଉତ୍ତର ବି ଆସିଥିଲା।

ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟର ଭୁରିୟସି ପ୍ରଶଂସା କରି ନବୀନ ଏକ ଫଟୋ ଟ୍ବିଟ କରିଥିଲେ। ଆଉ ତାଙ୍କର ୨୬ ଲକ୍ଷ ଫଲୋରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖାଲି ସେତିକି ନୁହେଁ ବର୍ତ୍ତମାନ ସୋସିଆଲ ମିଡିଆରେ ଚାଲିଥିବା ଟ୍ରେଣ୍ଡ ଅନୁଯାୟୀ ନବୀନ ବି କ୍ବିଜ ମାଷ୍ଟର ହୋଇଯାଇଛନ୍ତି। ପଚାରିଛନ୍ତି ପ୍ରଶ୍ନ ଏହି ଫଟୋଟି ଓଡ଼ିଶାର କେଉଁ ସ୍ଥାନର। ଆପଣ ବି ଭାବୁଥିବେ। ନବୀନ ଲେଖିଥିଲେ ସଂଧ୍ୟାର ୬ଟାରେ ଉତ୍ତର ଲେଖିବେ ବୋଲି। ଆଉ ନବୀନଙ୍କ ଟ୍ବିଟର ଶହ ଶହ ଉତ୍ତର ଆସିଥିଲା।

ଆସୁଥିବା ପର୍ଯ୍ୟଟନ ଋତକୁ ଦୃଷ୍ଟିରେ ରଖି ନବୀନ ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳର ସୌନ୍ଦର୍ଯ୍ୟର ପ୍ରମୋଟ କରିଛନ୍ତି। ଆଉ ଏହାକୁ ଦେଶ ବିଦେଶରେ ଥିବା ତାଙ୍କର ଲକ୍ଷାଧିକ ଫଲୋରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଓଡ଼ିଶାରେ ଶହ ଶହ ଏମିତି ସୁନ୍ଦର ସ୍ଥାନ ରହିଛି ଯେଉଁଠିକୁ ଆସିଲେ ଜଣେ ଏହାର ଅପରୂପ ଦୃଶ୍ୟରେ ହଜିଯିବ। ଆଉ ଏହା ଓଡ଼ିଶାର ପର୍ଯ୍ୟଟନର ବଡ଼ ଆମ୍ବାସଡର ନବୀନଙ୍କ ବ୍ୟାତୀତ ଆଉ କିଏ ହୋଇପାରିବେ। ଏଥିରେ ପର୍ଯ୍ୟଟନ ମନ୍ତ୍ରୀ ବି ଗଦ ଗଦ ହୋଇଯାଇଛନ୍ତି।

ଏବେ ଆସନ୍ତୁ ଜାଣିବା ଏହି ସ୍ଥାନଟି କେଉଁଠି । ନବୀନଙ୍କ ଉତ୍ତର ହେଲା। ଏହି ସ୍ଥାନ ହେଉଛି କୋରାପୁଟ ଜୟପୁର ଏବଂ ମାଲକାନଗିରି ରାସ୍ତାରେ। ଆଉ ନବୀନଙ୍କୁ ପ୍ରଶ୍ନରୁ ଅନେକ ମଧ୍ୟ ଠିକ୍‌ ଉତ୍ତର ଦେଇଛନ୍ତି। ଯେଉଁମାନଙ୍କୁ ସେହି ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି ନବୀନ। ତେବେ ଲୋକଙ୍କ ସହିତ ସିଧାସଳଖ କଥା ହେବାରେ ନବୀନଙ୍କ ଏହି ନିଆରା ଆନ୍ଦାଜ ନେଟିଜେନଙ୍କ ମଧ୍ୟରେ ବେଶ୍‌  ଚର୍ଚ୍ଚିତ ହୋଇଛି।

   Related Posts