ମୁଖ୍ୟ ଶାସନ ସଚିବ - ନବୀନ ଜିନ୍ଦଲ ଆଲୋଚନା

Published By : Prameya-News7 Bureau | July 27, 2018 IST

ଅନୁଗୋଳ ସ୍ଥିତ ଜେଏସପିଏଲ୍ କାରଖାନା ଲାଗି ଏମ୍ ସିଏଲ୍ ରୁ ଅଧିକ କୋଇଲା ଯୋଗାଣ ଦାବି କଲେ ନବୀନ ଜିନ୍ଦଲ । ଏହାସହ ଲୁହାପଥର ଦାମ୍ ଅଧିକ ହେଉଥିବା ଦର୍ଶାଇ ସରକାରୀ ହସ୍ତକ୍ଷେପ ଦାବି କରିଛନ୍ତି ।ସଚ୍ଚିବାଳୟରେ ମୁଖ୍ୟଶାସନ ସଚିବଙ୍କୁ ଭେଟି ଆଲୋଚନା କରିବା ବେଳେ ଜେଏସପିଏଲ୍ ମାଲିକ ଏହି ଦାବି ରଖିଛନ୍ତି । ଅନୁଗୋଳ ଜେଏସପିଏଲ୍ କାରଖାନାରେ କୋଇଲା ଏବଂ ଲୁହାପଥର ଅଭାବ ନେଇ ମୁଖ୍ୟ ଶାସନ ସଚିବଙ୍କ ସହଆଲୋଚନା କରିଛନ୍ତି ଜିନ୍ଦଲ । ଅନ୍ତଃରାଷ୍ଟ୍ରିୟ ଦରଠୁ ଓଡ଼ିଶାରେ ଲୁହାପଥର ଦାମ୍ ଅଧିକ ରହୁଥିବା ଦର୍ଶାଇଛନ୍ତି ।ଏହାଫଳରେ ଉତ୍ପାଦନପରେ ଉତ୍ପାଦ ମୂଲ୍ୟ ଅଧିକ ହେଉଛି । ଏହା ସହପରିବହନ ଖର୍ଚ୍ଚ ବି ଅଧିକ ହେଉଥିବା ଦର୍ଶାଇଥିଲେ ଜିନ୍ଦଲ । ଲୁହାପଥର ଦାମ୍ ହ୍ରାସ ସହ ଏମସିଏଲ୍ ଦ୍ବାରା ଅଧିକ କୋଇଲା ଉତ୍ରାଦନ ଓ ଜେଏସପିଏଲ୍ କୁ ତାହାର ଯୋଗାଣ ଲାଗି ଦାବି ରଖିଛନ୍ତି ନବୀନ ଜିନ୍ଦଲ । ତେବେ ଖଣିଜ ଏବଂ ବିଭି୍ନନ ସମସ୍ୟା ନେଇ ଜିନ୍ଦଲଙ୍କ ଦାବି ଉପରେ ତୁରନ୍ତ ପ୍ରତିକ୍ରିୟା ରଖିଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ସେ କହିଛନ୍ତି,ନିଲାମ ଭିତ୍ତିରେ ବିଭିନ୍ନ ଶିଳ୍ପାନୁଷ୍ଠାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.