ନବୀନଙ୍କ ଶପଥ ଗ୍ରହଣ ଉତ୍ସବରେ ଭଉଣୀ ଗୀତାଙ୍କ ସମେତ ପୁରା ପରିବାର ଉପସ୍ଥିତ

Published By : Prameya-News7 Bureau | May 29, 2019 IST

ଭୁବନେଶ୍ବର ୨୯|୫: ଆଜି ଶପଥ ନେବେ ଟିମ୍ ନବୀନ । ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ନବୀନଙ୍କ ସହ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । 

ନବୀନ ପଟ୍ଟନାୟକଙ୍କ ପୁରା ପରିବାର ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଛନ୍ତି । ନବୀନଙ୍କ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭଉଣୀ ଗୀତା ମେହଟା ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଛନ୍ତି । ଉତ୍ସବରେ ଡାଲମିଆ ଗ୍ରୁପର ଏମଡି ପୁନୀତ ଡାଲମିଆ, ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ବଲା ପ୍ରମୁଖ ଯୋଗଦେଇଛନ୍ତି ।ଖେଳାଳି ପି.ଗୋପିଚାନ୍ଦ ଏବଂ ରାମକୋ ସିମେଣ୍ଟର ଭେଙ୍କଟରମଣ ରାଜା ମଧ୍ୟ ଯୋଗଦେଇଛନ୍ତି ।

ଅନ୍ୟପଟେ ନବୀନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରାଯାଇଛି । ଏହି ଉତ୍ସବରେ ନବୀନ ଜିନ୍ଦଲ, ରତନ ଟାଟା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଶପଥ ଗ୍ରହଣ ଉତ୍ସବ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶପଥ ଗ୍ରହଣ ଉତ୍ସବରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୁରା ଏରିଆ ଉପରେ ସିସିଟିଭି ନଜର ରଖିଛି । ଉତ୍ସବ ସ୍ଥଳରେ ୩୦ଟି ସିସିଟିଭି ଲାଗିଛି ।  ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁରର ବ୍ୟବସ୍ଥା କରାଯାଇଛିଶପଥ ଗ୍ରହଣ ଉତ୍ସବ ସ୍ଥଳରେ ମୋଟ୍ ୫ଟି ଗେଟ୍ କରାଯାଇଛି । ଟ୍ରାଫିକ୍ ଜାମ୍ ନହେବା ପାଇଁ ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ମଧୁସୂଦନ ପାର୍କ, କ୍ୟାପିଟାଲ୍ ହାଇସ୍କୁଲ୍ ପଡ଼ିଆ ଏବଂ ପ୍ରଦର୍ଶନୀ ପଡ଼ିଆ ପାର୍ଶ୍ବରେ ପାର୍କିଂ କରାଯିବ । ବିଭିନ୍ନ ସ୍ଥାନରେ ସୁରକ୍ଷା ଯାଞ୍ଚ କରାଯାଇଛି । ପ୍ରଦର୍ଶନୀ ପଡିଆକୁ ତନ୍ନ ତନ୍ନ କରି ଯାଞ୍ଚ କରିଛି ସନ୍ଧାନୀ କୁକୁର । ଏଥି ସହ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ମକ୍ ଡ୍ରିଲ୍ ମଧ୍ୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.