ଭୁବନେଶ୍ୱର ସୁରଟ ମଧ୍ୟରେ ବିମାନ ଚଳାଚଳ ପାଇଁ ଚିଠି ଲେଖିଲେ ନବୀନ

Published By : Prameya-News7 Bureau | August 24, 2018 IST

ଭୁବନେଶ୍ୱର ୨୪/୮ : ଭୁବନେଶ୍ୱର ଏବଂ ଗୁଜରାଟର ସୁରଟ ସହର ମଧ୍ୟରେ ବିମାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଆଜି ଚିଠି ଲେଖିଛନ୍ତି | ସୁରଟର ବିଭିନ୍ନ କପଡା ମିଲରେ ଲକ୍ଷ ଲକ୍ଷ ଓଡ଼ିଆ କାମ କରୁଛନ୍ତି | ଏହା ବ୍ୟତୀତ ଉଭୟ ସହରରେ ପର୍ଯ୍ୟାପ୍ତ ପର୍ଯ୍ୟଟନ ସମ୍ଭାବନା ମଧ୍ୟ ରହିଛି ବୋଲି ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି | ସୁରଟରେ କାମ କରୁଥିବା ଓଡିଆମାନେ ଓଡିଶାକୁ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଟ୍ରେନରେ ସୁରଟ ଯା'ଆସ କରିବାକୁ ବହୁ ସମୟ ଲାଗୁଛି | ଜରୁରୀ ଆବଶ୍ୟକତା ବେଳେ ସୁରଟରେ ରହୁଥିବା ଓଡିଆମାନେ ଶୀଘ୍ର ଓଡିଶାରେ ପହଂଚି ପାରୁନାହାନ୍ତି | ତେଣୁ ଏ ଦୁଇ ସହର ମଧ୍ୟରେ ବିମାନ ଚଳାଚଳ କରିବା ପାଇଁ ନବୀନ ଏହି ଚିଠି ଲେଖିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.