Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

କେନ୍ଦୁଝର କାନୁପୁର ସ୍ପିଲ ଚ୍ୟାନେଲ ଉପରେ ବନ୍ଧ ନିର୍ମାଣ ପ୍ରସଙ୍ଗ: ଗଡ଼କରୀଙ୍କୁ ଚିଠି ଲେଖିଲେ ନବୀନ

26/11/2020 at 7:13 PM

ଭୁବନେଶ୍ବର୨୬/୧୧: କେନ୍ଦୁଝର କାନୁପୁର ସ୍ପିଲ ଚ୍ୟାନେଲ ଉପରେ ବନ୍ଧ ନିର୍ମାଣ ବିଳମ୍ବ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାରେ ନିର୍ମାଣାଧୀନ କାନୁପୁର ସ୍ପିଲ୍ ଚ୍ୟାନେଲ ଉପରେ ୪ ଲେନ ବ୍ରିଜ୍ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ଏହି ନିର୍ମାଣ କାର୍ଯ୍ୟ କେମିତି ଶୀଘ୍ର ହେବ, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ଚିଠିଲେ ଉଲ୍ଲେଖ କରିଛନ୍ତି।

କାନୁପୁର ଜଳସେଚନ ପ୍ରକଳ୍ପର ନିର୍ମାଣକାର୍ଯ୍ୟ ୨୦୦୪-୦୫ରୁ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା କାରଣରୁ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ରାଜ୍ୟ ସରକାର ଓ ଏନଏଚଏଆଇ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଏହି ପ୍ରକଳ୍ପର ୮୦ ପ୍ରତିଶତ ଅର୍ଥ ଏନଏଚଏଆଇ ବହନ କରିବ ଓ ଅବଶିଷ୍ଟ ୨୦ ପ୍ରତିଶତ ରାଜ୍ୟ ସରକାର ବହନ କରିବେ । ଏହି ବ୍ୟୟ ଅଟକଳକୁ ୧୦୦.୫୩ କୋଟିକୁ ବୃଦ୍ଧି କରାଯିବା ପରେ ୮୦ ପ୍ରତିଶତ ବ୍ୟୟ ଭାର ବହନ ଲାଗି ଏନଏଚଏଆଇ ରାଜି ହୋଇ ନଥିଲା।

   Related Posts