Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ନବୀନଙ୍କ ଡବଲ ବିଜୟ, ହିଞ୍ଜିଳି ସମେତ ବିଜେପୁରରୁ ମଧ୍ୟ ଜିତିଲେ

23/05/2019 at 8:31 PM

ଭୁବନେଶ୍ବର୨୩|୫: ଚଳିତ ନିର୍ବାଚନରେ ଡବଲ ଧମାକା କରିଛନ୍ତି  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବିଜେଡି  ଲଗାତାର ପଞ୍ଚମବାର ରାଜ୍ୟରେ ସରକାର ଗଢିବାକୁ ଯାଉଥିବା ବେଳେ ଦଳର ଅଧ୍ୟକ୍ଷ ତାଙ୍କ ପାରମ୍ପରିକ ହିଞ୍ଜିଳି ନିର୍ବାଚନମଣ୍ଡଳି ସମେତ ବିଜେପୁରରୁ ପ୍ରତିଦ୍ବନ୍ଦ୍ବୀତା କରି ବିଜୟୀ ହୋଇଛନ୍ତି। ନବୀନ ହଞ୍ଜିଳିରେ ୮୩ ହଜାର ୪୫୧ଟି ଭୋଟ ପାଇଥିବା ବେଳେ ଏଠାରେ ନବୀନଙ୍କ ମୁକାବିଲା ପାଇଁ ଓହ୍ଳାଇଥିବା ବିଜେପିର ପିତାମ୍ବର ଆଚାର୍ଯ୍ୟ ୩୦ହଜାର ୩୦୧ଟି   ଭୋଟ ପାଇ ଦ୍ବିତୀୟସ୍ଥାନରେ ରହିଛନ୍ତି । ତେବେ ବିଜେପୁରରେ ମତଦାତା ନବୀନଙ୍କୁ ବିପୁଳ ବିଜୟ ଦେଇଛନ୍ତି। ଏଠାରେ ନବୀନ ୧ଲକ୍ଷରୁ ଊର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଛନ୍ତି।

ନବୀନ ତାଙ୍କ ରାଜନୈତିକ ଜୀବନରେ ଏପର୍ଯ୍ୟନ୍ତ ଗୋଟିଏ ନିର୍ବାଚନ ମଣ୍ଡଳି ହିଞ୍ଜିଳିରୁ ପ୍ରତିଦ୍ବନ୍ଦ୍ବୀତା କରିଆସୁଥଲେ। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁରରେ ହୋଇଥିବା ଉପନିର୍ବାଚନ ବେଳେ ବିଜେପୁରର ପରିସ୍ଥିତି ଅନୁଭବ କରିଥିଲେ ନବୀନ। ଦୀର୍ଘ ବର୍ଷରୁ କଂଗ୍ରେସ ହାତରେ ରହି ଆସିଥିବା ଏହି ନିର୍ବାଚନମଣ୍ଡଳି ବିକାଶରେ ସମ୍ପୂର୍ଣ୍ଣ ପଛେଇ ଯାଇଥିଲା। ଏଣୁ ଚଳିତ ନିର୍ବାଚନରେ ନବୀନ ନିଜେ ବିଜେପୁରର ନେତୃତ୍ବ ନେବାକୁ ମନସ୍ତ କରିବା ସହ ପ୍ରତିଦ୍ବନ୍ଦ୍ବିତା କରି ବିପୁଳ ସଫଳତା ପାଇଛନ୍ତି।

ନିର୍ବାଚନ ଫଳାଫଳ ପ୍ରକାସ ପରେ ନବୀନ ସନ୍ଧ୍ୟାରେ ଗଣମାଧ୍ୟମକୁ ଭେଟିଥିଲେ। ନବୀନ ନିବାସରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ବିଜୟ ପାଇଁ ଶ୍ରେୟ ରାଜ୍ୟବାସୀଙ୍କୁ ଦେଇଛନ୍ତି। ଏହା ଛଡା ଦଳରନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟନବୀନ ଧନ୍ୟବାଦ ଜ୍ଞାପନ କରିଛନ୍ତି । କେନ୍ଦ୍ରରେ ବିଜେପିର ବହୁମତ ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନର ଜବାବା ଦେଇ ପୂର୍ବାହ୍ନରେ ଦଳର ପ୍ରଧାନମନ୍ତ୍ର ପ୍ରାର୍ଥୀଙ୍କୁ ବଧାଇ ଜଣାଇଥିବା କହିଛନ୍ତି ।

   Related Posts