ନିର୍ବାଚନୀ ପ୍ରଚାରକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ: ଆସନ୍ତାକାଲି ବ୍ରହ୍ମପୁର, ଗୋପାଳପୁର ଓ ଛତ୍ରପୁରରେ ସଭା ଶୋଭାଯାତ୍ରା
2/04/2019 at 9:29 PM

ବ୍ରହ୍ମପୁର୨|୪(ସୁରଜିତ୍ କୁମାର ପଣ୍ଡା): କାଲିଠୁ ପ୍ରଚାରକୁ ଓହ୍ଲାଇବେ ନବୀନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାକୁ ଫୋକସ କରିବେ ବିଜେଡି ସୁପ୍ରିମୋ । ଆସନ୍ତାକାଲି ବ୍ରହ୍ମପୁର, ଗୋପାଳପୁର ଓ ଛତ୍ରପୁରରେ ସଭା, ଶୋଭାଯାତ୍ରା କରି ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଦଳୀୟ ପ୍ରାର୍ଥୀ । …..
ନିର୍ବାଚନୀ ପ୍ରଚାରକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନଜରରେ ରଖି ପ୍ରଥମେ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହେବ ପ୍ରଚାର କାର୍ଯ୍ୟକ୍ରମ । ଆସନ୍ତାକାଲି ବ୍ରହ୍ମପୁର, ଗୋପାଳପୁର ଓ ଛତ୍ରପୁରରେ ସଭା ଶୋଭାଯାତ୍ରା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । ଯାହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଦଳୀୟ ନେତା ।
ନିର୍ବାଚନୀ ମାହୋଲରେ କଂଗ୍ରେସ ଓ ବିଜେପି ଭଳି ଜାତୀୟ ଦଳର ଅନେକ କେନ୍ଦ୍ରୀୟ ନେତା ଷ୍ଟାର କ୍ୟାମ୍ପେନର ଭାବେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଓଡ଼ିଶାରେ ଭିଡ଼ ଜମାଇଲେଣି । ହେଲେ ବିଜେଡିର ଓ୍ବାନ୍ ଆଣ୍ଡ ଓନଲି ଷ୍ଟାର କ୍ୟାମ୍ପେନର ନବୀନଙ୍କ ଉପରେ ଭରସା କରିଛି ଦଳ । ନବୀନଙ୍କ ଗସ୍ତ ପରେ ନିର୍ବାଚନୀ ମାହୋଲ ସରଗରମ ହେବ ବୋଲି ଆଶା କରୁଛନ୍ତି ଦଳୀୟ ନେତା ଆଉ କର୍ମୀ ।
ଆଜି ଟିକେଟ୍ ବଣ୍ଟା ଶେଷ କରିବା ପରେ କାଲି ବିଧିବଦ୍ଧ ପ୍ରଚାରକୁ ଓହ୍ଲାଇବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନଙ୍କ ମାରାଥନ୍ ପ୍ରଚାର କରିବେ । ଏକ ସ୍ବତନ୍ତ୍ର ବସ୍ରେ ନବୀନ ବିଭିନ୍ନ ନିର୍ବାଚନୀ ମଣ୍ଡଳୀ ବୁଲିବାକୁ ଯୋଜନା କରାଯାଇଛି । ଏଥର ଆଉ ହେଲିକପ୍ଟରରେ ଉପରେ ଉପରେ ନୁହେଁ ବରଂ ଲୋକଙ୍କ ପାଖରେ ଲୋକଙ୍କ ଭିତରେ ବୁଲି ବିଜେଡି ପାଇଁ ପ୍ରଚାର କରିବେ ପାର୍ଟି ସୁପ୍ରିମୋ ।