ଭିଡିଓ କନ୍ଫରେନ୍ସିଂରେ ସରପଞ୍ଚମାନଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ
21/04/2020 at 4:32 PM

ଭୁବନେଶ୍ୱର ୨୧।୦୪: ଆସନ୍ତାକାଲି ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନ୍ସିଂରେ ସରପଞ୍ଚମାନଙ୍କ ସହ ନବୀନ କଥା ହେବେ। କରୋନା ଯୋଦ୍ଧାଙ୍କର କାର୍ଯ୍ୟକ୍ଷେତ୍ରରେ ଥାଇ ମୃତ୍ୟୁ ହେଲେ ତାଙ୍କୁ ସହିଦ ମାନ୍ୟତା ଦିଆଯିବ । ଯେଉଁ ସ୍ୱାସ୍ଥ୍ୟକର୍ମୀ କରୋନା ଜନିତ ଅସଧାରଣ ବିପଦ ବେଳେ ଅସାଧରଣ ଦେଖାଉଛନ୍ତି ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ବଡ ଘୋଷଣା ।
କରୋନା ଯୁଦ୍ଧରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଧନ ଘଟିଲେ ତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କ ସହୟତା ଦିଆଯିବ । ଏହାସହ ତାଙ୍କର ଅବସର ସମୟ ପର୍ଯ୍ୟନ୍ତ ସେ ପାଇବାକୁ ଥିବା ଦରମା ମଧ୍ୟ ନିକଟ ଆତ୍ମୀୟ ପାଇବେ । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଭିଡିଓ ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହା ସହ ସେ ଆହୁରୀ କହିଛନ୍ତି ଯେ, କାର୍ଯ୍ୟକ୍ଷେତ୍ରରେ ଥାଇ ମୃତ୍ୟୁ ବରଣ କଲେ କରୋନା ଯୋଦ୍ଧାଙ୍କୁ ଦିଆଯିବ ସହିଦଙ୍କ ଭଳି ମାନ୍ୟତା । ତାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଡାକ୍ତର ଓ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଏଥିସହିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଡାକ୍ତରଙ୍କ ଉପରେ ଆକ୍ରମଣ କରୁଥିବା ଆକ୍ରମଣ କାରୀଙ୍କ ବିରୋଧରେ NSA ଲାଗୁ ହେବ ।