Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

୨୯ରେ ନବୀନ ଓ ୩୦ରେ ମୋଦିଙ୍କ ଶପଥ ଗ୍ରହଣ : ଶପଥ ଗ୍ରହଣରେ କିଏ ଯୋଗ ଦେବେ ତାକୁ ନେଇ ଚାଲିଛି ଚାପା ଗୁଞ୍ଜରଣ

26/05/2019 at 7:06 PM

୨୯ରେ ନବୀନ ଓ ୩୦ରେ ମୋଦିଙ୍କ ଶପଥ ଗ୍ରହଣ । ତେବେ ଶପଥ ଗ୍ରହଣରେ କିଏ ଯୋଗ ଦେବେ ତାକୁ ନେଇ ଚାଲିଛି ଚାପା ଗୁଞ୍ଜରଣ ।

୨୪ ଏପ୍ରିଲ । ପ୍ରଚାର ମୈଦାନରେ ସେତେବେଳେ ୪୦ ଡିଗ୍ରୀ ହିଟ୍‌ୱେଭ ବହୁଥାଏ । ଆଉ ଏତିକିବେଳେ ନିଜ ପୁନଃ ଶପଥଗ୍ରହଣର ଏଲାନ କରିଥିଲେ ନବୀନ । ଖାଲି ସେତିକି ନୁହେଁ ମୋଦିଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ । ନବୀନଙ୍କର ଏହା ଆତ୍ମବିଶ୍ବାସ ଥିଲା ସେ କ୍ଷମତାକୁ ଫେରୁଛନ୍ତି ଏବଂ ପୁଣି ମୁଖ୍ୟମନ୍ତ୍ରୀ ହେଉଛନ୍ତି ।  

ସେଥିପାଇଁ  ସେ ମୋଦିଙ୍କୁ ନିମନ୍ତ୍ରଣ କରୁଛନ୍ତି। ୨୯ ତାରିଖରେ ପ୍ରଦର୍ଶନୀ ପଡିଆରେ ହେବ ଶପଥ ଗ୍ରହଣ ଉତ୍ସବ । ପ୍ରଶ୍ମ ଉଠୁଛି. ନିଜ ପୂର୍ବ କଥାକୁ ରଖୁଛନ୍ତି କି ନବୀନ ।

ମାନେ ଶପଥଗ୍ରହଣ ଉତ୍ସବକୁ ବିଧିବଦ୍ଧ ଭାବେ ମୋଦିଙ୍କୁ ନିମନ୍ତ୍ରଣ କରୁଛନ୍ତି କି । ଯଦି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହିସାବରେ ମୋଦିଙ୍କୁ ବି ନିମନ୍ତ୍ରଣ ପଠାନ୍ତି ତେବେ ମୋଦି ଏଥିରେ ଯୋଗ ଦେବାକୁ ଆସିବେ କି ।

କାରଣ ନିର୍ବାଚନ ସମୟର ଶତ୍ରୁତାକୁ ଫୋନି ମିଳେଇଦେଇଥିଲା । ଉଭୟ ନବୀନ ମୋଦି ପୁଣି କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଥିଲେ । ତେଣୁ କଣ ନବୀନଙ୍କ ନିମନ୍ତ୍ରଣ ପାଇ ମୋଦି ଓଡ଼ିଶା ଆସିବେ କି । ଏନେଇ କିନ୍ତୁ ଚାପା ଗୁଞ୍ଜରଣ ଚାଲିଛି ।

ଗୋଟିଏ ପଟେ ଆତ୍ମ ବିଶ୍ବାସୀ ନବୀନ ନିଜେ କ୍ଷମତାକୁ ଫେରୁଛି ବୋଲି ଏଲାନ କରିପାରିଲେ, କିନ୍ତୁ କେନ୍ଦ୍ରରେ ଝୁଲା ସରକାର ହେବ ବୋଲି ବାରମ୍ବାର କହିଥିଲେ । ନବୀନଙ୍କ ଭଳି ଜଣେ ପୋଖତ ଖେଳାଳି କେନ୍ଦ୍ରକୁ ନେଇ ଯେଉଁ ଆକଳନ କରିଥିଲେ ତାହା ହାୱାରେ ଉଡ଼ିଯାଇଥିଲା । ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନେଇ କ୍ଷମତା ଆସିଲା । ଆଉ ୩୦ ତାରିଖରେ ପୁଣି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି ।

ଶପଥ ଗ୍ରହଣ ଉତ୍ସବକୁ ମୋଦି ସବୁ ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତ୍ରଣ କରୁଥିବା ନେଇ ଚର୍ଚ୍ଚା ହେଉଛି । ସେମିତି ଯଦି ନିମନ୍ତ୍ରଣ ନବୀନଙ୍କ ନିକଟକୁ ଆସେ କଣ ନବୀନ ନୂଆ ସଂପର୍କ ଯୋଡ଼ିବାକୁ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେ କି । ନା ବରିଷ୍ଠ ପ୍ରତିନିଧିଙ୍କୁ ପଠାଇବେ ନବୀନ, ଯେମିତି ୨୦୧୪ରେ ହୋଇଥିଲା । ମୋଦିଙ୍କୁ ଶପଥଗ୍ରହଣ ଉତ୍ସବରେ ବିଜେଡିର ପ୍ରତିନିଧି ଭାବେ ପ୍ରଦୀପ ଅମାତ ଯୋଗ ଦେଇଥିଲେ। ଏଥର ଦ୍ବିତୀୟ ଇନିଂସରେ ସେୟା କରିବେ କି ନବୀନ। ଏମିତି ଚର୍ଚ୍ଚା ହେଉଛି ।

ସେପଟେ ମୋଦିଙ୍କ ଶପଥଗ୍ରହଣ ଉତ୍ସବକୁ ସାର୍କ ଦେଶର ରାଷ୍ଟ୍ରମୁଖ୍ୟ ମାନଙ୍କୁ ନିମନ୍ତ୍ରଣ କରାଯିବା ନେଇ ଚର୍ଚ୍ଚା ହେଉଛି । ଏମିତି ହେଲେ ପାକିସ୍ତାନକୁ ନେଇ ଅଡୁଆ ଉପୁଜିବ ।

କାରଣ ୨୦୧୪ରେ ସମାନ ଷ୍ଟ୍ରାଟାଜିରେ ମୋଦି ସାର୍କ ରାଷ୍ଟ୍ରମୁଖ୍ୟଙ୍କୁ ଡାକିଥିଲେ । ଏବଂ ସେତେବେଳେର ପାକ୍‌ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଧ୍ୟ ଯୋଗ ଦେଇଥିଲେ । ହେଲେ ଏବେ ପାକିସ୍ତାନ ସହିତ ସେ ସଂପର୍କ ବି ନାହିଁ । ନିକଟର ଘଟଣାବଳୀକୁ ଦେଖିଲେ କଣ ଇମ୍‌ରାନ ଖାନଙ୍କୁ ମୋଦି ନିମନ୍ତ୍ରଣ କରିବେ ।  

ନିମନ୍ତ୍ରଣ କଲେ ତାଙ୍କର ପୂର୍ବ ଇମେଜ ପ୍ରଭାବିତ ହେବନି କି । ନିମନ୍ତ୍ରଣ ପାଇଲେ ଇମ୍ରାନ ଦିଲ୍ଲୀ ଆସିବେ କି । ତାକୁ ନେଇ ମଧ୍ୟ ନାନା ଚର୍ଚ୍ଚା ।

   Related Posts