Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନବୀନଙ୍କୁ ଟାର୍ଗେଟ କଲେ ମୋଦି ଆଉ ଡବଲ ଇଂଜିନର ସଫଳତା ନେଇ ପ୍ରଶ୍ନ ଉଠାଇଲେ ନବୀନ

23/04/2019 at 7:43 PM

ଭୁବନେଶ୍ବର୨୩|୪: ଗୋଟିଏ ପଟେ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ଦାନ ଜୋରଦାର ଚାଲିଛି। ଏତିକିବେଳେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କେନ୍ଦ୍ରାପଡ଼ା ଓ ବାଲେଶ୍ବର ଦୁଇଟି ସ୍ଥାନରେ ପ୍ରଚାର କରିଥିବା ବେଳେ ନବୀନ ମଧ୍ୟ ଭଦ୍ରକ, ଯାଜପୁରରେ ପ୍ରଚାର କରିଥିଲେ। ତେବେ ଗୋଟିଏ ଶବ୍ଦ ବାରମ୍ବାର ଶୁଣିବାକୁ ମିଳିଥିଲା ଡବଲ୍‌ ଇଞ୍ଜିନ। …..

ପ୍ରଚାରର କେନ୍ଦ୍ରସ୍ଥଳରେ ଏବେ ଗୋଟିଏ ଶବ୍ଦ ଡବଲ୍‌ ଇଞ୍ଜିନ । ସ୍ଥଳ ବିଶେଷରେ କିଏ ଏହାକୁ କେମିତି ବ୍ୟାଖ୍ୟା କରିଛି। ତେବେ ନିର୍ବାଚନ ପ୍ରଚାରର ଆସି ନବୀନଙ୍କୁ ମର୍ଯାଦାର ସହିତ ବିଦାୟ ନେବାକୁ ଚେତାବନୀ ଦେଲେ ମୋଦି।

ଆଜି କେନ୍ଦ୍ରାପଡ଼ା ଏବଂ ବାଲେଶ୍ବରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହିଁ ଆକ୍ଷେପ କରିଥିଲେ।  ସେ କହିଥିଲେ ପୂର୍ବରୁ ସେ ନବୀନଙ୍କ ପ୍ରତି ନରମ ଆଭିମୁଖ୍ୟ ରଖିଥିଲେ ଏଥର କିନ୍ତୁ ରାଜ୍ୟରେ ସରକାର ପରିବର୍ତ୍ତନ ହିଁ ହେବ ।

କେବଳ ସେତିକି ନୁହେଁ ନବୀନଙ୍କୁ କିଛି ଅଫିସର ହିଁ ଘେରି ରହିଛନ୍ତି ବୋଲି ସେମାନେ ହିଁ ନିୟନ୍ତ୍ରଣ କରୁଛନ୍ତି ବୋଲି କହିଛନ୍ତି । ରାଜ୍ୟରେ ୫ ବର୍ଷ ବିଜେପିକୁ ସୁଯୋଗ ମିଳିଲେ ୧୯ ବର୍ଷରେ ଯେତିକି କାମ ହୋଇଛି ତାର ୫ ଗୁଣା ବିକାଶ କରାଇ ଦେଖାଇବେ ବୋଲି କହିଛନ୍ତି ମୋଦି। ତେଣୁ ଡବଲ୍‌ ଇଞ୍ଜିନ ଦରକାର ବୋଲି ଭୋଟରଙ୍କ ପାଖରେ ଜିଦି କରିଥିଲେ ମୋଦି।

ବାଲେଶ୍ବରରୁ କେନ୍ଦ୍ରାପଡ଼ା ମୋଦି ଡବଲ୍‌ ଇଞ୍ଜିନ ନାରା ଦେଉଥିବା ବେଳେ ନବୀନ ମୋଦିଙ୍କ ଇଞ୍ଜିନର ଗୁମର ତାଡ଼ିଛନ୍ତି । ଯଦି ବିକାଶ କରିଛ ତେବେ କାହିଁକି ରାଜସ୍ଥାନ, ମଧ୍ୟପ୍ରଦେଶ ଛତିଶଗଡ଼ରେ ବିଜେପି ଇଞ୍ଜିନ ଟ୍ରାକ୍‌ରୁ ଖସିଛି ବୋଲି ପ୍ରଶ୍ନ କରିଥିଲେ।

ଏପରିକି ଗୁଜରାଟରେ ବିଜେପି ହାରୁ ହାରୁ ଜିତିଛି ବୋଲି ନବୀନ ଆକ୍ଷେପ କରିଥିଲେ। କାଳିଆ ଯୋଜନାକୁ କେନ୍ଦ୍ର ସରକାର ଓ ବିଜେପି ବନ୍ଦ କରିବାକୁ ଯୋଜନା କରୁଥିବା ବେଳେ ସେ ବଞ୍ଚିଥିବା ପର୍ଯ୍ୟନ୍ତ ଏହା କରାଇଦେବେନି ବୋଲି ନବୀନ କହିଥିଲେ।

ଆଜି ତୃତୀୟ ପର୍ଯ୍ୟାୟ ଭୋଟିଂ ସରିଛି ଏଥର ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାରର ତାତି ବଢ଼ିବାରେ ଲାଗିଛି । ଏବେ ନେତାଙ୍କ ହାତରେ ଆଉ ୪ ଦିନ।  

   Related Posts