Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଗରିବଙ୍କ ପାଇଁ କେନ୍ଦ୍ରର ଆନ୍ତରିକତା ନାହିଁ କହିଲେ ନବୀନ : ଓଡିଶା ଯୁବପିଢୀଙ୍କୁ ଚାକିରୀ ଦେବାରେ ବିଫଳ କହିଲେ ଅମିତ

7/04/2019 at 8:00 PM

ଭୁବନେଶ୍ୱର ୭/୪ : ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ୪ ଦିନ ବାକି ଥିବା ବେଳେ ଜୋର୍ ଧରିଛି ପ୍ରଚାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡ଼ା, ଗଜପତି ଜିଲ୍ଲାରେ ପ୍ରଚାର କରିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗଞ୍ଜାମ ପୋଲସରା ଏବଂ ବରଗଡ଼ରେ ପ୍ରଚାର କରିଛନ୍ତି ।

ରାୟଗଡ଼ାର ଗୁଣୁପୁରରୁ ଗଜପତିର ପାରଳାଖେମୁଣ୍ଡି । ରାସ୍ତା ଥିଲା ଗ୍ରୀନ ଗ୍ରୀନ। ବାଜୁ ଥିଲା ଶଙ୍ଖ ଆଉ ମଝିରେ ମଝିରେ ନବୀନଙ୍କ ରୋଡ଼ ସୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ କୋରାପୁଟ ଓ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି । ଟାର୍ଗେଟ୍ରେ କେନ୍ଦ୍ର । ଗରିବଙ୍କ ପାଇଁ କେନ୍ଦ୍ର ସରକାରଙ୍କର ଆନ୍ତରିକତା ନାହିଁ ବୋଲି କହିଛନ୍ତି । ବିପତ୍ତି ବେଳେ ଯେଉଁମାନଙ୍କର ଦେଖା ନଥିଲା ଏବେ ଭୋଟ୍ ବେଳେ ଦେଖା ଯାଉଛନ୍ତି ବୋଲି କହିଛନ୍ତି । ଆଜି ମଧ୍ୟ କହିଛନ୍ତି ଜୀବନର ଶେଷ ଯାଏଁ ଓଡ଼ିଶାବାସୀଙ୍କର ସେବା କରୁଥିବି। ନବୀନଙ୍କ ସହିତ କୋରାପୁଟ ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକା ଓ ଗୁଣୁପୁର ବିଧାନସଭା ପ୍ରାର୍ଥୀ ରଘୁନାଥ ଗମାଙ୍ଗଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ । କଂଗ୍ରେସ ଓ ବିଜେପିର ବହୁ ନେତା ଓ କର୍ମୀ ସେଠାରେ ବିଜେଡିରେ ସାମିଲ ହୋଇଥିଲେ ।

ସେପଟେ ନବୀନଙ୍କ ହୋମ୍ ଗ୍ରାଉଣ୍ଡରେ ଗର୍ଜିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା । ଗଞ୍ଜାମ ପୋଲସରାରେ ନିର୍ବାଚନୀ ସଭାରେ ଅମିତ୍ ଶାହା ଉଦବୋଧନ ଦେଇ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସ୍ବଚ୍ଛ ପାନୀୟ ଜଳ ମିଳୁନି, ସବୁ ଘରେ ବିଜୁଳି ପହଞ୍ଚିପାରିନି, ଲୋକେ ଦାଦନ ପାଇଁ ପଳାୟନ କରୁଛନ୍ତି ଏଭଳି ପ୍ରସଙ୍ଗ ଉଠାଇଛନ୍ତି । ବିଜେପିକୁ ୫ ବର୍ଷ ସୁଯୋଗ ଦେଲେ ନୂଆ ଓଡ଼ିଶା ଗଠନ ହେବ ବୋଲି କହିଛନ୍ତି। ଏହାପରେ ପରେ ବରଗଡ଼ରେ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ଅମିତ ଶାହା ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ୯ ତାରିଖ ସଂଧ୍ୟାରେ ସରିବ ।ତେଣୁ ଭୋଟରଙ୍କ ମନ ଜିଣିବାକୁ ତିନି ପ୍ରମୁଖ ଦଳର ନେତା ଦିନ ରାତି ଏକ୍ କରିଦେଇଛନ୍ତି ।…

   Related Posts