Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଲାଲଗଡ଼ରେ ବିଜେଡି ସୁପ୍ରିମୋଙ୍କ ଆଟାକିଙ୍ଗ ମୁଡ଼, କଳାହାଣ୍ଡିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

5/04/2019 at 7:58 PM

ଭୁବନେଶ୍ୱର ୫/୪ : ଆଜି ମାଲକାନଗିରି କାଲିମେଳା ଓ ଜୟପୁରରେ ନିର୍ବାଚନୀ ପ୍ରଚାର କରିଥିବା ବେଳେ ବିଜେଡି ଏଜେଣ୍ଡାରେ ଚାଷୀଙ୍କୁ ଏକ ନମ୍ବରରେ ରଖିଛି କହି ଚାଷୀ କାର୍ଡ଼ ଖେଳିବାକୁ ଚେଷ୍ଟା କରିଛନ୍ତି । କାଳିଆ ଯୋଜନାରେ ୪୦ଲକ୍ଷ ଚାଷୀ ସାମିଲ ହୋଇଥିବା ବେଳେ ଆହୁରି ୨୫ଲକ୍ଷ ଚାଷୀଙ୍କୁ ତାଲିକାଭୁକ୍ତ କରାଯାଇଛି । ଏହି ଯୋଜନାରୁ ଚାଷୀଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ ବୋଲି କହିଛନ୍ତି । ସେପଟେ କଳାହାଣ୍ଡିରେ ନିର୍ବାଚନୀ ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ପରିବର୍ତ୍ତନ ପାଇଁ ଲୋକେ ମନ ବନାଇଲେଣି ବୋଲି କହି କାଉଣ୍ଟର କରିବାକୁ ଚେଷ୍ଟା କରିଛନ୍ତି । …..


ଲାଲଗଡ଼ରେ ପୁଣି ଆଟାକିଂ ମୁଡରେ ନଜର ଆସିଲେ ବିଜେଡି ସୁପ୍ରିମୋ । କେନ୍ଦ୍ର ବିରୋଧରେ ପୁଣି ନବୀନଙ୍କ ରଣହୁଙ୍କାର । କାଲିମେଳା ସାଧାରଣ ସଭାରେ କେନ୍ଦ୍ର ଅବହେଳା କଥା ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ପ୍ରତି କ୍ରମାଗତ ଅବହେଳା ହେଉଥିବା ଅଭିଯୋଗ କରି ଜନସାଧାଣଙ୍କୁ ପ୍ରଶ୍ନ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାହାର ନା ନନେଇ ଥିଲେ ବି ବିଜେପି ଉପରେ ବର୍ଷିଥିଲେ ନବୀନ ।

ଆଉ ନିର୍ବାଚନୀ ପ୍ରଚାରରେ ଖେଳିଥିଲେ ଚାଷୀ କାର୍ଡ଼ । ବିଜେଡି ନିଜ ଇସ୍ତାହାରରେ ଚାଷୀ କଲ୍ୟାଣକୁ ଏକ ନମ୍ବରରେ ରଖିଥିବା କରିଥିଲେ ବିଜେଡି ସଭାପତି । ସେହିଭଳି ଜୟପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ କାଳିଆ ଯୋଜନାରେ ଏପର୍ଯ୍ୟନ୍ତ ୪୦ଲକ୍ଷ ଚାଷୀ ଫାଇଦା ପାଇଥିବା ବେଳେ ଆହୁରି ୨୫ଲକ୍ଷ ଚାଷୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । । ଗୋଟିଏ ବି ଚାଷୀ ଏହି ଯୋଜନାରୁ ବାଦ୍ ପଡ଼ିବେ ନାହିଁ ବୋଲି କହିଥିଲେ ନବୀନ । ….


ଏପଟେ କାଲିମେଳା ଓ ଜୟପୁରରେ ବିଜେଡି ସୁପ୍ରିମୋଙ୍କ ନିର୍ବାଚନୀ ରାଲି ଚାଲିଥିବା ବେଳେ ସେପଟେ କଳାହାଣ୍ଡିରେ ପ୍ରଚାରକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଳାହାଣ୍ଡିର ଦାଦନ ସମସ୍ୟା, ପିଇବା ପାଣି ଓ ବିଜୁଳି ସମସ୍ୟା, ଡାକ୍ତରଖାନାରେ ଡାକ୍ତର ନଥିବା କଥା ଉଠାଇ ରାଜ୍ୟ ସରକାରଙ୍କୁ ସିଧା ସଳଖ ଟାର୍ଗେଟ୍ କରିଥିଲେ । ଥର ଲୋକେ ଓଡ଼ିଶାରେ ପରିବର୍ତ୍ତନ ପାଇଁ ମନ ବଳାଇଛନ୍ତି ବୋଲି କହିଥିଲେ କେନ୍ଦ୍ର ମନ୍ତ୍ରୀ ।


ସେପଟେ କଳାହାଣ୍ଡିରେ କଂଗ୍ରେସ ପକ୍ଷରୁ ଆଜି ପ୍ରଚାରକୁ ଓହ୍ଲାଇଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଧର୍ମଗଡ଼ ସଭାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ସହ ଛତିଶଗଡ଼ ଭଳି ଓଡ଼ିଶାରେ ସରକାର ବଦଳାଇବାକୁ ଆହ୍ବାନ ଦେଇଥିଲେ ।

ଏହି ସବୁ ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ଏପ୍ରିଲ ୧୧ରେ ଭୋଟ୍ । ହାତରେ ଆଉ ଅଳ୍ପ ସମୟ ଥିବାରୁ ଏବେ ବିଭିନ୍ନ ଦଳର ଷ୍ଟାର କ୍ୟାମ୍ପେନର ମାରାଥନ ପ୍ରଚାର କରି ଜନ ସମର୍ଥନ ହାତେଇବା ଚେଷ୍ଟାରେ ବ୍ୟସ୍ତ ଅଛନ୍ତି । ଫଳରେ ସରଗରମ୍ ହୋଇଛି ନିର୍ବାଚନୀ ମାହୋଲ ।

   Related Posts