Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||
  • ୨୮୬ ବସ୍ତା ପିଡିଏସ ଚାଉଳ ଜବତ, ଚୋରାରେ ବିକ୍ରି ପାଇଁ ଯାଉଥିବା ବେଳେ ଧରିଲେ ଲୋକେ
  • ||
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ନବୀନ ଶ୍ରୀମନ୍ଦିରରୁ, ବିଜୟ ଲିଂଗରାଜଙ୍କ ଠାରୁ ଏବଂ ନିରଞ୍ଜନ ମନ୍ଦିରରୁ ଆରମ୍ଭ କଲେ ଅଭିଯାନ

1/01/2019 at 6:39 PM

ଭୁବନେଶ୍ବର ୧|୧: ନୂଆ ବର୍ଷରେ ରାଜନୀତିରେ ନୂଆ ଚ୍ୟାଲେଞ୍ଜ। ନୂଆ ବର୍ଷରେ ଭଗବାନଙ୍କ ଦର୍ଶନରୁ ବର୍ଷ ଆରମ୍ଭ କରିଛନ୍ତି ରାଜନୈତିକ ଦଳର ନେତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଛନ୍ତି। ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଭୁଙ୍କ ଆଶିଷ ନେଇ ଦିନ ଆରମ୍ଭ କରି ଥିବାବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି।

ନୂଆ ବର୍ଷରେ ନୂଆ ଚ୍ୟାଲେଞ୍ଜ ସାମ୍ନା କରିବାକୁ ମହାପ୍ରଭୁଙ୍କ ଆର୍ଶିବାଦ। ପ୍ରଭୁଙ୍କ ଆର୍ଶିବାଦ ଲୋଡି ବର୍ଷ ଆରମ୍ଭ କରିଛନ୍ତି ରାଜନେତା । ବିଜେଡି ସିୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମନ୍ଦିର ଯାଇ ମହା ପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିଛନ୍ତି। ବର୍ଷର ପ୍ରଥମ ଦିନରେ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପହଞ୍ଚିଥିଲେ ପୁରୀରେ। ୧୨.୧୫ରେ ପୁରୀରେ ପହଞ୍ଚିବା ପରେ ତାଙ୍କୁ ସିଂହଦ୍ବାର ନିକଟରେ ସ୍ବାଗତ କରିଥିଲେ ରାଜସ୍ବମନ୍ତ୍ରୀ ମହେଶ୍ବର ମହାନ୍ତି, ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଏସପି ସାର୍ଥକ ଷଡ଼ଙ୍ଗୀ। ତାଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ନିଆଯିବା ପରେ ସେ ମହାପ୍ରଭୁଙ୍କ ଦର୍ଶନ ସହ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ। ରାଜ୍ୟବାସୀଙ୍କୁ ନୁଆବର୍ଷର ଶୁଭେଛା ମଧ୍ୟ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ। ପରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳକୁ ଯାଇ ସେଠାରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ।  

ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଲିଙ୍ଗରାଜଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିଛନ୍ତି। ସେପଟେ ପିସିସି ମୁଖିଆ ମଧ୍ୟ ମନ୍ଦିର ଯାଇ ପ୍ରଭୁଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ନୂଆ ବର୍ଷ ନିର୍ବାଚନ ବର୍ଷ ହୋଇଥିବାରି ବର୍ଷର ଚ୍ୟାଲେଞ୍ଜକୁ କିପରି ସାମ୍ମନା କରିବେ ସେନେଇ ପ୍ରଭୁଙ୍କ ଆଶିଷ ଲୋଡିଛନ୍ତି ନିରଞ୍ଜନ। ସେହି ପରି ନୂଆ ବର୍ଷରେ ନୂଆ ଶୈଳୀରେ ଲୋକଙ୍କ ପାଖକୁ ଯିବାକୁ ଅଣ୍ଟା ଭିଡିଛି କଂଗ୍ରେସ। ଦଳ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ  ଶୁଭେଚ୍ଛା ବାର୍ତ୍ତା ଦେବା ସହ ସହ ଚକୋଲେଟ ବାଣ୍ଟି ସଚେତନତା କରିଛନ୍ତି କର୍ମୀ। ରାଜନୀତିରେ ହିଂସା ରାଜନୀତିରୁ ଦୂରେଇ ରହି କଂଗ୍ରେସକୁ ସମର୍ଥନ କରିବାକୁ ଲୋକଙ୍କୁ ବୁଝାଇଥିଲେ କର୍ମୀ।

ନେତାଙ୍କ ପାଇଁ ୨୦୧୯ ଚ୍ୟାଲେଞ୍ଜ ଓ ସୁଯୋଗର ବର୍ଷ। ଏହି ବର୍ଷରେ ସେମାନେ ଜନତା ଜନାର୍ଦ୍ଦନଙ୍କ ପାଖକୁ ଯିବେ। ଆଉ ସେଠାରେ ସଫଳତା କିପରି ପାଇବେ ସେନେଇ ମହାପ୍ରବୁଙ୍କ ଆର୍ଶିବାଦ ନେଇଛନ୍ତି।

   Related Posts