ଶପଥ ଗ୍ରହଣ ପରେ ସଚିବାଳୟରେ ନିଜ ଚେୟାରରେ ବସିବାବେଳେ ‘ଲକି ଚେୟାର’ ବୋଲି କହିଲେ ନବୀନ,ଜାଣନ୍ତୁ କାରଣ

Published By : Prameya-News7 Bureau | May 29, 2019 IST

ଭୁବନେଶ୍ବର ୨୯/୫: ଆଜି ସକାଳେ ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସିଧା ପହଞ୍ଚିଥିଲେ ସଚିବାଳୟରେ। ସଚିବାଳୟରେ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହ ସ୍ବାଗତ କରିଥିଲେ। ସଚିବାଳୟରେ ମଧ୍ୟ ତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ସାକ୍ଷାତ କରି ଅଭିନନ୍ଦନ ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିଲେ ନିଜ ପ୍ରକୋଷ୍ଠକୁ।

{"id":117381,"width":597,"height":325}

ପ୍ରକୋଷ୍ଠରେ ତାଙ୍କ ବ୍ୟକ୍ତିଗତ ସହାୟକମାନେ ସେ ବସୁଥିବା ଚେୟାରକୁ ସଜାଡ଼ି ଧରି ରହିଥିଲେ। ମୁଖ୍ୟମନ୍ତ୍ରୀ ଚେୟାରରେ ବସିବାବେଳେ ଏହି ଚେୟାରକୁ ‘ଲକି ଚେୟାର’ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ୫ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ନବୀନ ପଟ୍ଟନାୟକ ଗତ ୫ବର୍ଷ ହେଲା ଏହି ଚେୟାରରେ ବସି ଆସୁଛନ୍ତି। ଅତୀତରେ ମଧ୍ୟ ସେ ବିଭିନ୍ନ ଚେୟାରରେ ବସିଥିଲେ। କିନ୍ତୁ କୈାଣସି ଚେୟାରକୁ ‘ଲକି ଚେୟାର’ ବୋଲି କହିନଥିଲେ। ତେବେ ଏହି ଚେୟାରଟିକୁ ସେ କାହିଁକି ‘ଲକି ଚେୟାର’ କହିଲେ ତାକୁ ନେଇ ଆରମ୍ଭ ହୋଇଛି ବିଭିନ୍ନ ଆଲୋଚନା।

{"id":117382,"width":594,"height":331}

ଅତୀତର ୪ଟି ନିର୍ବାଚନ ଅପେକ୍ଷା ନବୀନ ପଟ୍ଟନାୟକଙ୍କ ପାଇଁ ଚଳିତ ନିର୍ବାଚନ ଅଧିକ ଆହ୍ବାନପୂର୍ଣ୍ଣ ଥିଲା। କାରଣ ୪ଥର ସରକାରରେ ରହିବାପରେ ଆଣ୍ଟି ଇନକମ୍ବେନ୍ସି ଯୋଗୁଁ କାଳେ ଲୋକେ ତାଙ୍କ ଆଡ଼ୁ ମୁହଁ ଫେରେଇନେବେ ବୋଲି ଭୟ ଥିଲା। ସେହିଭଳି ରାଜ୍ୟରେ ବିଜେପିର ଶକ୍ତିବୃଦ୍ଧି ମଧ୍ୟ ବିଜେଡ଼ି ପାଇଁ ବିପଦଜନକ ହେବା ଆଶଙ୍କା ସୃଷ୍ଟି ହୋଇଥିଲା।

{"id":117383,"width":594,"height":333}

ସମଗ୍ର ଦେଶରେ ସୃଷ୍ଟି ହୋଇଥିବା ମୋଦି ଲହରୀକୁ କାଟି ପୁଣି କ୍ଷମତାକୁ ଫେରିବା ସହଜ ଭଳି ଲାଗୁନଥିଲା। ସର୍ବୋପରି ବିଜେପିର ଶକ୍ତିବୃଦ୍ଧିକୁ ଦୃଷ୍ଟିରେ ରଖି ବିଜେଡ଼ିର ବହୁ ଅସନ୍ତୁଷ୍ଟ ନେତା ବିଜେପିରେ ଯୋଗ ଦେବା ମଧ୍ୟ ବିଜେଡ଼ିର ଶକ୍ତି ଓ ଭାବମୂର୍ତ୍ତିକୁ ଦୋହଲାଇବା ଭଳି ପ୍ରତୀୟମାନ ହେଉଥିଲା।

{"id":117384,"width":594,"height":331}

ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ବେ ନବୀନ ପଞ୍ଚମ ଥର ମଧ୍ୟ ବିପୁଳ ଜନମତ ସହ ବିଜୟୀ ହେବା ନିଶ୍ଚୟ ଭାଗ୍ୟର ଅନୁକୂଳ ସ୍ଥିତି ବୋଲି ରାଜନୈତିକ ସମୀକ୍ଷକମାନେ ବିଚାର କରୁଛନ୍ତି। ସେଥିପାଇଁ ବୋଧେ ଚଳିତ ଥର କ୍ଷମତାକୁ ଫେରିବା ପରେ ନବୀନ ନିଜ ଚେୟାରକୁ ‘ଲକି ଚେୟାର’ ବୋଲି କହିବା ପାଇଁ ଭୁଲିନଥିଲେ।

{"id":117385,"width":594,"height":330}

ଏହି ଚେୟାରରେ ବସିବାପରେ ଆଜି ହିଁ ସେ ୩ଟି ଜନହିତକର ଯୋଜନା କାଗଜରେ ଆଜି ଦସ୍ତଖତ କରିଥିଲେ। ସେଥିରୁ ମୁଖ୍ୟ ଯୋଜନାଟି ହେଉଛି କାଳିଆ ଯୋଜନା। କାଳିଆ ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ସହାୟତା ବଣ୍ଟନ ଫାଇଲରେ ସେ ଅନୁମୋଦନ କରି ଦସ୍ତଖତ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟ କାଳିଆ ଯୋଜନା​‌ରେ ପାଖାପାଖି ୭୫ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାରେ ସହାୟତା ରାଶି ଦାଖଲ ହେବ। ସୂଚନାଯୋଗ୍ୟ ଯେ କ୍ଷମତାକୁ ଆସିବାର ପ୍ରଥମ ଦିନରେ ହିଁ ଚାଷୀଙ୍କୁ କାଳିଆ ଟଙ୍କା ମିଳିବ ବୋଲି ନବୀନ ପ୍ରତିଶ୍ରୃତି ଦେଇଥିଲେ।

{"id":117386,"width":596,"height":329}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.