ଖୋଲିଲା ନବୀନ ପଟ୍ଟନାୟକଙ୍କ ଫିଟନେସ ଭିଡିଓ ଗୁମର , ବୈଜୟନ୍ତ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ଅସୁସ୍ଥ !

Published By : Prameya-News7 Bureau | April 08, 2019 IST

ଭୁବନେଶ୍ବର ୮/୪: ୨ଦିନ ତଳେ ନବୀନ ପଟ୍ଟନାୟକଙ୍କ ଏକ ଫିଟନେସ୍ ଭିଡିଓ ଭାଇରାଲ ହୋଇଥିଲା। ବିଜେଡ଼ି ପକ୍ଷରୁ ଏହି ଭିଡିଓ ଗଣମାଧ୍ୟମକୁ ଦିଆଯାଇଥିଲା। ତେବେ ଭିଡିଓ ହଠାତ୍ ଏହି ସମୟରେ କାହିଁକି ବାହାରକୁ ଆସିଲା ତାକୁ ନେଇ ଚର୍ଚ୍ଚା ଜୋରରେ ଧରିଥିଲା। ତେବେ ଆଜି ବିଜେଡ଼ି ହିଁ ଏହି ଚର୍ଚ୍ଚା ଉପରୁ ପର୍ଦ୍ଦା ହଟାଇଛି।

{"id":101570}

ବିଜେଡ଼ି ପକ୍ଷରୁ କୁହାଯାଇଛି ଯେ ଏନଡି ଟିଭି ପକ୍ଷରୁ ନିର୍ବାଚନ ପରିପ୍ରେକ୍ଷୀରେ ଏକ କାର୍ଯ୍ୟକ୍ରମ ପାଇଁ ନବୀନଙ୍କ ଇଣ୍ଟରଭ୍ୟୁ ବେଳେ ଫିଟନେସ୍ ଭିଡିଓ ସୁଟ୍ ହୋଇଥିଲା। ଏହି ଭାଇରାଲ ହୋଇଥିବା ଭିଡିଓ ଏନଡି ଟିଭି ଦ୍ବାରା ସୁଟ୍ ହୋଇଥିବା ଭିଡିଓର କିଛି ଅଂଶ ମାତ୍ର । ଭିଡିଓ ଭାଇରାଲ ହେବା ପରେ ତାକୁ ଦେଖି ବିଭିନ୍ନ ରାଜନୈତିକ ଦଳର ନେତା ଭିନ୍ନ ଭିନ୍ନ ବୟାନବାଜି କରିଥିଲେ। ସୁର ରାଉତରାୟଙ୍କଠାରୁ ଆରମ୍ଭ କରି ଡାକ୍ତର ଦାମୋଦର ରାଉତଙ୍କ ପର୍ଯ୍ୟନ୍ତ ସମସ୍ତେ ନବୀନଙ୍କ ଫିଟନେସ୍ ନେଇ ସନ୍ଦେହ ପ୍ରକାଶ କରିବା ସହ ନିଜ ନିଜ ଢ଼ଙ୍ଗରେ ଚ୍ୟାଲେଞ୍ଜ ଦେଇଥିଲେ।

{"id":101571}

ତେବେ କଥା ଉଠୁଛି ଯେ ନବୀନ ଓ୍ବାର୍କଆଉଟ କରୁଥିବାବେଳର ଭିଡିଓ କାହିଁକି ଭାଇରାଲ କରାଗଲା। କିଛି ଦିନ ତଳେ ଯେହେତୁ ନବୀନ ଅସୁସ୍ଥ ବୋଲି ପ୍ରଚାର ହେଉଥିଲା ସେହି ପ୍ରଚାରରେ ପୁର୍ଣ୍ଣଚ୍ଛେଦ ପକାଇବା ପାଇଁ ମାର୍କେଟକୁ ଛଡ଼ାଯାଇଥିଲା।

{"id":101572}

ଏହା ସାଙ୍ଗକୁ ଆଜି ବିଜେଡ଼ି ମିଡିଆ ସେଲ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ନବୀନଙ୍କ ସହ ଏନଡି ଟିଭି ଏକ ସାକ୍ଷାତକାର କରିଛି। ସେଥିରେ ନବୀନ କହିଛନ୍ତି ଯେ ସେ ସୁସ୍ଥ ଥିବା ସତ୍ବେ ବୈଜୟନ୍ତ ପଣ୍ଡା ତାଙ୍କ ରାଜନୈତିକ ମହତ୍ତ୍ବାକାଂକ୍ଷା ପୂରଣ କରିବା ପାଇଁ ସେ ଅସୁସ୍ଥ ବୋଲି ପ୍ରଚାର କରୁଥିଲେ। ଏଭଳି ନବୀନଙ୍କ ବିବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଛଡ଼ା ଏତେ ଦିନ ପରେ ଏବେ ନବୀନ ଏକଥା ଗଣମାଧ୍ୟମକୁ କହିବା ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଆଲୋଚନା ହେଉଛି। ସୂଚନାଯୋଗ୍ୟ ଯେ ନବୀନ ଅସୁସ୍ଥ ବୋଲି ବୈଜୟନ୍ତ ପ୍ରଚାର କରୁଥିବା ଅଭିଯୋଗ ହେବା ପରଠୁ ନବୀନ ଏବଂ ବୈଜୟନ୍ତଙ୍କ ପାରସ୍ପରିକ ସମ୍ପର୍କ ତିକ୍ତ ହୋଇଥିଲା। ଯାହା ବୈଜୟନ୍ତଙ୍କୁ ଦଳ ଛାଡ଼ିବା ପାଇଁ ବାଧ୍ୟ କରିଥିଲା।

{"id":101567}

ତେବେ ଏହି ଖବର ଆଜି ପ୍ରଚାରିତ ହେବା ପରେ ବୈଜୟନ୍ତ ପଣ୍ଡା ଟ୍ବିଟ ଜରିଆରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ନବୀନଙ୍କ ଏଭଳି ବିବୃତ୍ତି ହାସ୍ୟାସ୍ପଦ ଏବଂ ସମ୍ପୂର୍ଣ୍ଣ ମିଥ୍ୟା। ତାଙ୍କ ବାବଦରେ ନବୀନ ଦେଇଥିବା ମନ୍ତବ୍ୟ ପରିତାପର ବିଷୟ ବୋଲି ମଧ୍ୟ ବୈଜୟନ୍ତ କହିଛନ୍ତି। ସେ କହିଛନ୍ତି ଯେ ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ଜଗନ୍ନାଥେ ତାଙ୍କୁ ଏଭଳି ଘୃଣ୍ୟ ଷଡ଼ଯନ୍ତ୍ରରୁ ଦୂରେଇ ରହିବା ଲାଗି ସଦବୁଦ୍ଧି ଦିଅନ୍ତୁ ଓ ତାଙ୍କୁ ସୁସ୍ଥ ରଖନ୍ତୁ

{"id":101573}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.