ଆଜିର ପ୍ରଚାରର ମୁଖ୍ୟ ପ୍ରସଂଗ: ନବୀନ କହିଲେ ବାରିପଦା ମେଡିକାଲକୁ କେନ୍ଦ୍ର ଦେଇଛି ମାତ୍ର ୨୦ ପ୍ରତିଶତ ପାଣ୍ଠି, ବିଜେଡି ଅଧା ଚିଠିର ବିଜ୍ଞାପନ ଦେଇ ଲୋକଙ୍କୁ ବିଭ୍ରାନ୍ତ କରୁଛି କହିଲା ବିଜେପି

Published By : Prameya-News7 Bureau | April 25, 2019 IST

ଭୁବନେଶ୍ବର ୨୫|୪: ନିର୍ବାଚନ ସରିନି, କିନ୍ତୁ ଶପଥ ଲଡୁ ବଣ୍ଟା ହେଲାଣି । କିଏ ଶପଥ ନେବ କିଏ ନିମନ୍ତ୍ରଣ ହେବ ଆଉ କିଏ କାହା ପାଖରେ ବସିବ ତାକୁ ନେଇ ଶିରପା ବନ୍ଧା ହେଲାଣି । ଗତ ଦୁଇ ଦିନ ଧରି ଚାଲିଥିବା ପ୍ରଚାର ମଇଦାନରେ ନେତାଙ୍କ ମୁହଁରୁ କେବଳ ଏୟା ହିଁ ବାହାରୁଛି। ଚାଲିଛି ବ୍ୟାକ୍ ଟୁ ବ୍ୟାକ୍ ବୟାନବାଜି ।

{"id":107354}

ମୋଦି ଓଡ଼ିଶା ଆସି ନବୀନଙ୍କୁ ଆକ୍ଷେପ କରି କହିଥିଲେ, ଆପଣ ଯାଉଛନ୍ତି ।  ଆଉ ନବୀନ ମୋଦିଙ୍କ ଉଦ୍ଦେଶ୍ୟରେ କହିଲେ, ଆପଣ ଆସୁଛନ୍ତି, କିନ୍ତୁ ବିଜେଡି ସରକାରର ଶପଥ ଗ୍ରହଣରେ ଅତିଥି ହୋଇ । ଆଉ ଏବେ ନିମନ୍ତ୍ରଣ ବୟାନବାଜିରେ ଏଣ୍ଟ୍ରି ମାରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

{"id":107355}

ମୁଖ୍ୟମନ୍ତ୍ରୀ ଦେଇଥିବା ବୟାନର କାଉଣ୍ଟାର ଜବାବ୍ ଦେଇଛନ୍ତି । କହିଛନ୍ତି, ଶପଥଗ୍ରହଣ ଉତ୍ସବ ହେବ ମୋଦି ନିଶ୍ଚୟ ଆସିବେ, ଆଉ ନବୀନ ବି ଆସିବେ ।  ହେଲେ ବିଜେଡି ନୁହେଁ, ବରଂ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ଅତିଥି କରି ଡକାଯିବ ଓ ତାଙ୍କୁ ମୋଦିଙ୍କ ପାଖରେ ହିଁ ବସାଯିବ ।

{"id":107353}

ସେପଟେ ମୟୂରଭଞ୍ଜରେ ମେଡ଼ିକାଲ କଲେଜକୁ ନେଇ ଆଜି ଟଣା ଓଟରା ହୋଇଛନ୍ତି ବିଜେଡି ଓ ବିଜେପି । ବାରିପଦା ମେଡିକାଲ କଲେଜ ପାଇଁ ରାଜ୍ୟ ୮୦ ପ୍ରତିଶତ ଅର୍ଥ ଦେଇଥିବା ବେଳେ କେନ୍ଦ୍ର ମାତ୍ର ୨୦ ପ୍ରତିଶତ ଦେଇଥିବା ନବୀନ କହିଛନ୍ତି । ଜଣେ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ଏହି କଲେଜକୁ ବିରୋଧ କରିଥିବା ସଂଗୀନ ଅଭିଯୋଗ ଲଗାଇଛନ୍ତି ।

{"id":107356}

ସେପଟେ ନବୀନଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ବିଜେପି ନେତା ପ୍ରକାଶ ମିଶ୍ର । ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ଲାଗି ବିଜେପି ପ୍ରତିଶ୍ରୁତି ଦେଇଛି । ବାରିପଦା ମେଡ଼ିକାଲ କଲେଜ ପାଇଁ କାହିଁକି ଅସୁବିଧା ହେଲା ସେ ନେଇ ବିଜେଡି ଅଧା ଚିଠିର ବିଜ୍ଞାପନ ଦେଖାଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଥିବା ପ୍ରକାଶ କହିଛନ୍ତି ।

{"id":107357}

ଶେଷ ୬ ଲୋକସଭା ଓ ୪୨ ବିଧାନସଭା ଉପରେ ୨୯ ତାରିଖରେ ଭୋଟ ହେବ ।  ହେଲେ ନିର୍ବାଚନ ସରିଥିବା ୧୦୫ ବିଧାନସଭାରୁ ହିଁ ବହୁମତ ମିଳି ସାରିଥିବା ନେଇ ଦାବି କରି ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି ।

{"id":107358}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.