ଆଜିଠୁ ଗଡିଲା ନବୀନ ରଥ: ଗଞ୍ଜାମରେ କେନ୍ଦ୍ରକୁ ପ୍ରଶ୍ନ ପରେ ପ୍ରଶ୍ନ ବାଣ ମାରିଲେ ବିଜେଡି ସୁପ୍ରିମୋ

Published By : Prameya-News7 Bureau | April 03, 2019 IST

ବ୍ରହ୍ମପୁର ୩|୪: ଆଜିଠୁ ଗଡିଲା ନବୀନ ରଥ । ଷ୍ଟାର୍ଟ ହେଲା ବିଜେଡିର ଷ୍ଟାର କ୍ୟାମ୍ପେନ୍‌ । ସାଧାରଣ  ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନକ ବସ୍‌ ରେ  ବ୍ରହ୍ମପୁରରୁ ରମ୍ଭା ପର୍ଯ୍ୟନ୍ତ ୬୦ କିମି ରାଲି କରିବେ ନବୀନ । ଏହି ଅବସରରେ କେନ୍ଦ୍ରକୁ ଜୋରଦାର ଆଟାକ୍‌ କରିଛନ୍ତି ନବୀନ ।ନବୀନଙ୍କ ପ୍ରଚାର ବେଳେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଓ ନେତାଙ୍କ ଯୋଗଦାନ ଦଳକୁ ଉତ୍ସାହିତ କରିଛି ।

{"id":99790}

ଗଞ୍ଜାମ ମାଟିରେ ନବୀନଙ୍କ ରୋଡ୍‌ ସୋ । ବସ୍‌ ମାଧ୍ୟମରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡିର ଏକନମ୍ବର ଷ୍ଟାର କ୍ୟାମ୍ପେନର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ବରରୁ ହେଲିକ୍ୟାପଟର ଯୋଗେ ବ୍ରହ୍ମପୁର କନିଷିରେ ପହଞ୍ଚିଥିଲେ ନବୀନ । ସେଠାରେ ଆୟୋଜିତ ସାଧାରଣ ସଭାରେ ପ୍ରଥମେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍‌ ବର୍ଷିଥିଲେ । ଅତିତରେ ଓଡ଼ିଶା ଯେତେବେଳେ ଫାଇଲିନ୍, ହୁଡ୍‌ହୁଡ୍‌, ତିତ୍‌ଲି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିଲା ସେତେବେଳେ କେନ୍ଦ୍ର ସହଯୋଗର ହାତ ବଢାଇ ନାହିଁ ।

{"id":99791}

ଆଉ ଏବେ ନିର୍ବାଚନ ବେଳ ଆସୁଥିବାରୁ କେନ୍ଦ୍ରୀୟ ନେତା ରାଜ୍ୟକୁ ଆସୁଛନ୍ତି । ଏହାପରେ ସେମାନଙ୍କ ଦେଖା ମିଳିବ ନାହିଁ ବୋଲି କହିଥିଲେ ନବୀନ । ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ମହିଳା ସଂରକ୍ଷଣ,  ସୀତାପଲ୍ଲି ରେଲୱେ ୱାଗନ୍‌ ଫ୍ୟାକଟ୍ରି ସ୍ଥାପନ ଭଲି ପ୍ରତିଶ୍ରୁତି କୁଆଡେ ଗଲା ବୋଲି କହି କେନ୍ଦ୍ରକୁ ପ୍ରଶ୍ନବାଣରେ ପୋତି ପକାଇଥିଲେ । କେନ୍ଦ୍ର ସରକାରଙ୍କ ୧୦ କୋଟି ଚାକିରି ପ୍ରତିଶ୍ରୁତି ମିଥ୍ୟା ବୋଲି କହି ସମାଲୋଚନା କରିଥିଲେ ନବୀନ । ଯାହାର ଜବାବ ଦେଇଛି ବିଜେପି

{"id":99792}

ଏହାପରେ ନବୀନ  ସେଠାରେ ଜାତୀୟ ରାଜପଥରେ ଥିବା ଅତ୍ୟାଧୁନିକ ବସ୍‌ରେ ଚଢି ଆମ୍ଭ କରିଥିଲେ ରୋଡ୍‌ ସୋ । ବାଟରେ ଗଲାବେଳେ ସ୍ଥାନେସ୍ଥାନେ ବସ ଉପରୁ ଉଦ୍‌ବୋଧନ ଦେଉଥିଲେ । ସେହିଭଳି ଲୋକଙ୍କୁ ହାତ ହଲାଇ ଅଭିବାଦନ ଦେବା ସହ ବିଜେଡିକୁ ଭୋଟ୍‌ ଦେବାପାଇଁ ଅନୁରୋଧ କରିଥିଲେ । ସାଙ୍ଗରେ ମୋଟରସାଇକେଲ୍‌ରେ ବିଜେଡିର ସ୍ଥାନୀୟ ପ୍ରାର୍ଥୀ, ନେତା, କର୍ମୀ ବି ଚାଲିଥିଲେ । ନବୀନଙ୍କ ଏହି ରୋଡ୍‌ ସୋ ବେଳେ ରାସ୍ତାକଡରେ ହଜାର ହଜାର ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିଜେଡି ପ୍ରାର୍ଥୀ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

{"id":99793}

ନବୀନଙ୍କ ଏହି ରୋଡ୍‌ ସୋ କନିଷିରୁ ବାହାରି ବ୍ରହ୍ମପୁରର ଗେଟ୍‌ ବଜାର ଛକ,  କୋର୍ଟପେଟା ଛକ, ଆମ୍ବପୁଆ ଦେଇ ରଘୁନାଥପୁର ଛକରେ ପହଞ୍ଚିଥିଲା । ପରେ ଛତ୍ରପୁରରେ ଷ୍ଟାଡିଅମ୍‌ରେ ସାଧାରଣ ସଭା ପରେ ପୁଣି ରମ୍ଭା ଏନ୍‌ଏସି ପର୍ଯ୍ୟନ୍ତ ରୋଡ୍‌ ସୋ କରିବେ ନବୀନ ।

{"id":99794}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.