Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ସରିବ ପ୍ରଚାର: ନବୀନ , ଧର୍ମେନ୍ଦ୍ର ଓ ମୁକ୍ତାର ଆବାସଙ୍କ ତୋଫାନୀ ପ୍ରଚାର, କୋଇଲା ରୟାଲିଟି କଥା ଉଠାଇ କେନ୍ଦ୍ରକୁ ପ୍ରଶ୍ନ ପଚାରିଲେ ମୁଖ୍ୟମନ୍ତ୍ରୀ

20/04/2019 at 6:15 PM

ଭୁବନେଶ୍ବର୨୦|୪: ରାଜ୍ୟରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର୍‌ ଧରିଛି ପ୍ରଚାର ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚଳାଇଛନ୍ତି ମାରାଥନ୍‌ ପ୍ରଚାର ।ମୁଖ୍ୟମନ୍ତ୍ରୀ କୋଇଲା ରୟାଲଟି ପ୍ରସଙ୍ଗରେ ପୁଣି କେନ୍ଦ୍ରକୁ ଟାର୍ଗେଟ୍‌ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କର ୧୯ ବର୍ଷର ବିଫଳତାକୁ ପ୍ରସଙ୍ଗ କରିଛନ୍ତି ।ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମୁଖତାର୍‌ ଆବ୍ବାସ ନକଭି ସାଲେପୁର, କେନ୍ଦ୍ରାପଡ଼ା ଓ କଟକରେ ପ୍ରଚାର କରିଛନ୍ତି ।…

ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‌ ପ୍ରଚାର । ତାଳଚେରରେ କୋଇଲା ରୟାଲଟି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି ନବୀନ ।କୋ|ଇଲା ରୟାଲଟି ନିୟମ କାହିଁକି ସଂଶୋଧନ ହୋଇନି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ।ଏମ୍‌ସିଏଲ୍‌ ଓ ଏନ୍‌ଟିପିସି ହଜାର ହଜାର କୋଟି ଟଙ୍କା ଲାଭ କରୁଛନ୍ତି ।କିନ୍ତୁ ରାଜ୍ୟକୁ କିଛି ଲାଭ ମିଳୁନି ।ଓଡ଼ିଶା ଭାଗ୍ୟରେ କେବଳ ଧୁଳି ଓ ପ୍ରଦୂଷଣ ଲେଖା ହୋଇଛି ବୋଲି କହିଛନ୍ତି ନବୀନ ।…

ତାଳଚେର ପରେ ପାଲଲହଡା, ଛେଣ୍ଡିପଦା, ଆଠମଲ୍ଲିକ, ନାକଟିଦେଉଳ ଓ ଦେବଗଡ଼ରେ ନିର୍ବାଚନୀ ସଭାରେ ଯୋଗ ଦେଇ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ସଫଳତା କଥା ବଖାଣିଛନ୍ତି ।କାଳିଆ ଯୋଜନାରେ ସବୁ ହିତାଧିକାରୀଙ୍କୁ ମିଳିବ ସହାୟତା ।ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ଛାନିଆ ହୋଇ ଯାଇଥିବାରୁ ଇଭିଏମ୍‌ ମେସିନ୍‌ ଭାଙ୍ଗି ଦେଉଥିବା ମୁଖ୍ୟମନ୍ତ୍ରୀ କରିଛନ୍ତି କଟାକ୍ଷ ।ବିଜେପି ଆଇନକୁ ସମ୍ମାନ ଦେଇଜାଣିନଥିବା କହିଛନ୍ତି ନବୀନ ।ଏହାସହିତ ଶେଷ ନିଶ୍ବାସ ତ୍ୟାଗ କରିବା ପର୍ଯ୍ୟନ୍ତ ଓଡ଼ିଶା ବାସୀଙ୍କର ସେବା କରିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।…

ସେପଟେ କେନ୍ଦୁଝର ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀରେ ଜୋରଦାର ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୋକଙ୍କ ଆଗରେ ରାଜ୍ୟ ସରକାରଙ୍କ ୧୯ ବର୍ଷର ବିଫଳତା ଏବଂ କେନ୍ଦ୍ର ସରକାରଙ୍କର ୫ ବର୍ଷର ସଫଳତା କଥା ବଖାଣିଥିଲେ । ରାଜ୍ୟ ସରକାର ସବୁ ଖଣିକୁ ଖଣି ମାଫିଆଙ୍କ ହାତରେ ଟେକି ଦେଉଥିବା କହିଛନ୍ତି ଧର୍ମେନ୍ଦ୍ର ।ଚାଷ ଜମିରେ ପାଣି ନଥିବା ବେଳେ ସ୍କୁଲରେ ଶିକ୍ଷକ, ଡାକ୍ତରଖାନାରେ ଡାକ୍ତର ନାହାନ୍ତି ।ରାଜ୍ୟରେ ବିଜେପି ସରକାର ଆସିଲେ ଛାତ୍ରଛାତ୍ରୀଙ୍କୁ ସ୍କୁଟି ସହ ୫୦ ହଜାର ଟଙ୍କାର ସହାୟତା ଦିଆଯିବ ।…

ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପ୍ରାୟ ପ୍ରତି ସପ୍ତାହରେ ପ୍ରଚାର କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ଘନ ଘନ ପ୍ରଚାର ଚଳାଇଛନ୍ତି ।କେନ୍ଦ୍ରମନ୍ତ୍ରୀ ମୁଖତାର ଆବ୍ବାସ ନକଭି ସାଲେପୁର, କେନ୍ଦ୍ରାପଡ଼ା ଓ କଟକରେ ପ୍ରଚାର କରିଛନ୍ତି ।ରାଜ୍ୟରେ ବିଜେପିର ମିଶନ ୧୨୦କୁ ସଫଳ କରାଇବା ସହିତ ଡବଲ ଇଞ୍ଜିନ ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ନକଭି ।…

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁରବିବାର ସଂଧ୍ୟାରେ ଥମିବ ପ୍ରଚାର ଅଭିଯାନ ।ଏହାପୂର୍ବରୁ ଭୋଟରଙ୍କୁ ମନାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ସବୁ ପ୍ରମୁଖ ଦଳର  ନେତା ଓ ପ୍ରାର୍ଥୀ ।

   Related Posts