୨୦୪୦ ବେଳକୁ ରାଜ୍ୟ ଅର୍ଥନୀତି ୧ ଟ୍ରିଲିୟନ କରିବାକୁ ରଣନୀତି ପ୍ରସ୍ତୁତ କଲେ ନବୀନ, କେମିତି ହେବ ପଢନ୍ତୁ ଏହି ରିପୋର୍ଟ…

Published By : Prameya-News7 Bureau | July 10, 2019 IST

ଭୁବନେଶ୍ବର ୧୦|୭: ଓଡିଶା ଅର୍ଥନୀତିକୁ ଶିଖରରେ ପହଞ୍ଚାଇବାକୁ ରାଜ୍ୟ ସରକାରଙ୍କ ବଡ ଟାର୍ଗେଟ । ୨୦୪୦ ସୁଦ୍ଧା ଓଡିଶା ଅର୍ଥନୀତି କିଭଳି ୧ ଟ୍ରିଲିୟନ ଡଲାରରେ ପହଞ୍ଚିବ ସେନେଇ ଭିଜନ ରିପୋର୍ଟ ଜାରି କରିଛନ୍ତି ନବୀନ । ଯେତେବେଳେ ଦେଶର ଅର୍ଥନୀତିକୁ ଆସନ୍ତା ୫ବର୍ଷ ଭିତରେ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବାକୁ ମୋଦି ସରକାର ଟାର୍ଗେଟ ରଖିଛନ୍ତି ଓଡିଶା ବି ସେହି ଅନୁପାତରେ ନିଜ ଅର୍ଥନୀତିକୁ ଆଗକୁ ବଢାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । କିଭଳି ଏତେବଡ ଅର୍ଥନୀତି ସମ୍ଭବ ହେବ ସେନେଇ ଜେଏସଡବ୍ଲୁ ଏବଂ ପି.ଡବ୍ଲୁ.ସି ଗ୍ରୁପ୍ ଦ୍ବାରା ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ରାଜ୍ୟସରକାରଙ୍କୁ ପ୍ରଦାନ କରାଯାଇଛି ।

ଓଡିଶା ହେବ ୧ ଟ୍ରିଲିୟନ ଡଲାରର ଅର୍ଥନୀତି ।ଆସନ୍ତା ୨୦ ବର୍ଷ ଭିତରେ  ଏହି ବଡ ଟାର୍ଗେଟ ଆଚିଭ କରିବ ଓଡିଶା । ଏଭଳି ଏକ ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର । ଅର୍ଥାତ ୨୦୪୦ ବେଳକୁ ଓଡିଶାର ଅର୍ଥନୀତି ୬୫ଲକ୍ଷ କୋଟି ଛୁଇଁପାରେ ବୋଲି ଆକଳନ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଆଜି ଏକ ଭିଜନ ରିପୋର୍ଟ ଜାରି କରିଛନ୍ତି । ଭିଜନ ରିପୋର୍ଟ ଅନୁଯାଇ ଓଡିଶାରେ ଥିବା ବିପୁଳ ଖଣିଜ ସଂପଦ, ଭିତିଭୂମୀ, କୁଶଳୀ ମାନବ ସମ୍ବଳ ଏବଂ ପୁଞ୍ଜି ନିବେଶର ଭଲ ବାତାବରଣ ଥିବାରୁ ଓଡ଼ିଶାର ଅର୍ଥନୀତି ୧ ଟ୍ରିଲିୟନ ଡଲାରରେ ପହଞ୍ଚିବା ଅସମ୍ଭବ ନୁହେଁ । ଏଥିପାଇଁ ସବୁଠୁ ବଡ ସୁଯୋଗ ରହିଛି ଖଣିଜ ପଦାର୍ଥ କ୍ଷେତ୍ରରେ । ଏହାସହ କୃଷି, ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ବି ବଡ ସପୋର୍ଟ ଦେବ । କେବଳ ଖଣିଜ ପଦାର୍ଥ କ୍ଷେତ୍ରରୁ ୫ ବିଲିୟନ ଡଲାର, କୃଷି ଓ ଅନ୍ୟାନ କ୍ଷେତ୍ରରୁ ୫ ବିଲିୟନ ଡଲାର ଅଭିବୃଦ୍ଧି ଘଟିବ । ଏନେଇ ଜେଏସଡବ୍ଲୁ ଏବଂ ପିଡବ୍ଲୁସି ଗ୍ରୁପ୍ ଦ୍ବାରା ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଭିଜନ ରିପୋର୍ଟର ଆଉ ଏକ ବଡଦିଗ ହେଉଛି ଯେ ଏତେବଡ ଅର୍ଥନୀତି ପାଇଁ ମହିଳା ଉଦ୍ୟୋଗୀଙ୍କ ଭୂମିକା ଉପରେ ଫୋକସ । ଯେଉଁ ଢଙ୍ଗରେ ରାଜ୍ୟ ସରକାର ମହିଳା ଶଶକ୍ତି କରଣ ପାଇଁ ପ୍ରୟାସ ଆଗକୁ ନେଉଛନ୍ତି ତାହା ଏକ୍ଷେତ୍ରରେ ବଡ ଯୋଗଦାନ ଦେବ ବୋଲି କୁହାଯାଉଛି । ଖଣିଜ ସମ୍ପଦ ରପ୍ତାନୀ କ୍ଷେତ୍ରରେ ଓଡିଶା ବିଶ୍ବରେ ଏକ ନମ୍ବର ରାଜ୍ୟ ହେବ ବୋଲି ଆକଳନ ହେଉଛି । ଅର୍ଥନୀତିଜ୍ଞମାନେ ବି ଏହା ସମ୍ଭବ ବୋଲି କହୁଛନ୍ତି । କିନ୍ତୁ ଏହି ଆକଳନ କେବେ ସୁଦ୍ଧା ପହଞ୍ଚିବ ସେନେଇ ତାଙ୍କ ଭିଜନ ରିପୋର୍ଟରେ ସଠିକ ଭାବେ କହିନାହାଁନ୍ତି ମୁଖ୍ୟମନ୍ତ୍ରୀ ।

ଭାରତର ଅର୍ଥନୀତି ୨୦୨୪ ସୁଦ୍ଧା ୫ ଟ୍ରିଲିୟନ ଡଲାର କରିବାକୁ ମୋଦି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ୨୦୩୦ ସୁଦ୍ଧା ୧୦ ଟ୍ରିୟନ ଡଲାରରେ ଭାରତ କିଭଳି ପହଁଞ୍ଚିବ ସେନେଇ ବଡ ଟାର୍ଗେଟ ସେଟ୍ କରାଯାଇଛି । ଓଡିଶା ସରକାର ୨୦୪୦ ବେଳକୁ ରାଜ୍ୟ ଅର୍ଥନୀତି ୧ ଟ୍ରିଲିୟନ  ହେବ ବୋଲି ଆକଳନ କରିଛନ୍ତି । କିନ୍ତୁ ଦେଖିବାକୁ ହେବ ଏଦିଗରେ ନବୀନ ସରକାର ଠୋସ୍ କଣ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.