ଯାଜପୁର ଜିଲ୍ଲାକୁ ନବୀନଙ୍କ ୬ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି, ନାସାରେ ବୈଜ୍ଞାନିକ ହୋଇଥିବା ହେମନ୍ତ ଓଝାଙ୍କୁ କଲେ ସମ୍ବର୍ଦ୍ଧିତ

Published By : Prameya-News7 Bureau | February 19, 2019 IST

ଯାଜପୁର ୧୯|୨: ଯାଜପୁର ଜିଲ୍ଲାକୁ ନବୀନଙ୍କ ୬ଶହ କୋଟି ରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି । ଆଜି ଦିନିକିଆ ଯାଜପୁର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଂଝାରପୁର, ଦଶରଥପୁର, ଧର୍ମଶାଳା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ନିଜ ଅଭିଭାଷଣରେ କାଳିଆ ଯୋଜନାକୁ ସାରା ରାଜ୍ୟରେ ଚାଷୀମାନେ ପସନ୍ଦ କରିଛନ୍ତି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

{"id":86827,"width":595,"height":512}

ଯାଜପୁରରେ  ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମାରାଥନ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଜିଲ୍ଲାର ଦଶରଥ ପୁର ବ୍ଲକ, ଧର୍ମଶାଳା ବ୍ଲକ, ବିଂଜାରପୁର ବ୍ଲକରେ ୩ଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ବିଂଝାରପୁରରେ ୩୮କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିବା ସହ ୩କୋଟି ଟଙ୍କାର ୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କେବଳ ଧର୍ମଶାଳା ବ୍ଲକକୁ ୫୦୦କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ । ନିଜ ଅଭିଭାଷଣରେ କାଳିଆ ଯୋଜନାକୁ ସାରା ରାଜ୍ୟର କୃଷକ ପସନ୍ଦ କରିଥିବା କହିଥିଲେ ମୁଖ୍ୟମନ୍ତ୍ରୀ ।

{"id":86828,"width":596,"height":464}

ବିନା ସୁଧରେ ଚାଷୀଙ୍କୁ ଋଣ ଯୋଗାଇଦିଆଯାଉଛି । ଭୂମିହୀନ, କ୍ଷୁଦ୍ର ଚାଷୀ ସମସ୍ତେ କାଳିଆ ଯୋଜନାରୁ ଉପକୃତ ହେଉଛନ୍ତି ବୋଲି ବିଂଝାରପୁର ସମାବେଶରେ କହିଥିଲେ ନବୀନ । ବିଂଝାରପୁର, ଧର୍ମଶାଳା ଭଳି ଦଶରଥପୁର ବ୍ଲକରେ ୪କୋଟି ଟଙ୍କାର ୨ଟି ପ୍ରକଳ୍ପର ଶୁଭାରମ୍ଭ କରିବା ସହ ୯୬କୋଟି ୩୭ଲକ୍ଷ ଟଙ୍କାର ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ।

{"id":86829,"width":604,"height":420}

କାର୍ଯ୍ୟକ୍ରମ ଆରମ୍ଭରେ ପୁଲଓ୍ବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥି ସହ ନାସାରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିବା ହେମନ୍ତ କୁମାର ଓଝାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.