କୋଣାର୍କ ମନ୍ଦିର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 17, 2018 IST

ବିଶ୍ୱ ଐତିହ୍ୟ କୋଣାର୍କର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କୋଣାର୍କ ପରିସରରେ ବର୍ଷା ପାଣି ଜମୁଥିବାରୁ ଏହା ବିଶ୍ୱ ଐତିହ୍ୟର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ | ତେଣୁ ଜଳ ନିଷ୍କାସନ ଲାଗି ତୁରନ୍ତ ପଦକ୍ଷେପ ନେବା ସହ ସମସ୍ୟାର ସ୍ଥାୟୀ ସମାଧାନ ଭାରତୀୟ ପ୍ରତ୍ନତତ୍ୱ ବିଭାଗକୁ ନିର୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ | ସମସ୍ୟାର ଗମ୍ଭୀରତା ନେଇ ଚିନ୍ତା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ | ଗତ ଦୁଇ ଦିନ ଧରି ଲଗାନା ବର୍ଷା ଯୋଗୁଁ କୋଣାର୍କ ପରିସରରେ ବର୍ଷା ପାଣି ଜମିରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.