ଅମିତ ଶାହାଙ୍କ ପୋଡା ଟ୍ରାନ୍ସଫର୍ମରର କଡା ଜବାବ ରଖିଲେ ନବୀନ

Published By : Prameya-News7 Bureau | February 03, 2019 IST

ଭୁବନେଶ୍ବର ୩|୨: ଅମିତ ଶାହାଙ୍କ ପୋଡା ଟ୍ରାନ୍ସଫର୍ମର ଜବାବ ଦେଇଛନ୍ତି ନବୀନ ପଟ୍ଟନାୟକ । ନିର୍ବାଚନ ପରେ ଜଣାପଡିବ କିଏ ପୋଡା ଟ୍ରାନ୍ସଫର୍ମର । ନିର୍ବାଚନ ପରେ ଲୋକେ କାହାକୁ ଫିଙ୍ଗିଦେବେ ତାହା ମଧ୍ୟ ଜଣାପଡିବ । ପ୍ରକୃତରେ ଓଡିଶାକୁ କିଏ ଟ୍ରନ୍ସଫର୍ମ କରିଛି ଓ କିଏ ଫ୍ୟୁଜ ଟ୍ରାନ୍ସଫର୍ମର ତାହା ଲୋକେ ବିଚାର କରିବେ । ଅମିତ ଶାହା ବାରଂବାର ମିଶନ ୧୨୦ ନେଇ ଯେଉଁ ନାରା ଦେଉଛନ୍ତି ତାହା ସମ୍ପୂର୍ଣ ଅବାସ୍ତବ ଏବଂ ଉଦ୍ଭଟ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ବିଜେଡି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରତିକ୍ରିୟା ରଖିଛନ୍ତି ।

{"id":81475}

 ଆଜି ପୁରୀଠାରେ ଅନୁସୂଚିତ ଜାତି ଓ ଜନଜାତି ରାଷ୍ଟ୍ରୀୟ ଅଧିବେଶନରେ ଉଦବୋଧନ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜ୍ୟ ସରକାରଙ୍କୁ ପୁଣି ପୋଡା ଟ୍ରାନ୍ସଫର୍ମର ସହ ତୁଳନା କରିଥିଲେ । ଏ ସରକାରରେ କୌଣସି ବିକାଶ ମୂଳକ କାର୍ଯ୍ୟ ହେଉନାହିଁ ବୋଲି କହିଥିଲେ । ସେଥିପାଇଁ ଏ ସରକାରକୁ ଲୋକେ ଉପାଡି ଫିଙ୍ଗିଦେବେ ବୋଲି ମଧ୍ୟ କହିଥିଲେ ।

{"id":81476,"width":606,"height":333}

ସେହିଭଳି ନିକଟରେ ଭୁବନେଶ୍ବର ଆସିଥିବାବେଳେ ରାହୁଲ ଗାନ୍ଧି ବିଜେଡି ବିଜେପି ପରସ୍ପରର ବି ଟିମ ବୋଲି ରଖିଥିବା ମନ୍ତବ୍ୟ ସମ୍ପର୍କରେ ମଧ୍ୟ ନବୀନ ପ୍ରତିକ୍ରିୟା ରଖିଛନ୍ତି । ନବୀନ କହିଛନ୍ତି ଯେ, ସମସ୍ତେ ନିଜ ନିଜର ମନ୍ତବ୍ୟ ଦେବାର ସ୍ବାଦୀନତା ଅଛି । ତେବେ ବିଜେଡି ତାର ନିଷ୍ପତ୍ତିରେ ଅଟଳ ରହିଛି । କଂଗ୍ରେସ ଓ ବିଜେପିଠାରୁ ବିଜେଡି ସମ ଦୂରତ୍ବ ରକ୍ଷା କରିବ ବୋଲି ନିଷ୍ପତ୍ତି ନେଇଛି ଓ ଦଳ ସେଥିରେ ଅଟଳ ରହିଛି ।

{"id":81477,"width":594,"height":327}

ଅପରପକ୍ଷରେ ଚଳିତ ଥର ବିଧାନସଭା ଅଧିବେଶନରେ ମଧ୍ୟ ଦଳ କେନ୍ଦ୍ରୀୟ ଅବହେଳାକୁ ପ୍ରସଂଗ କରିବ ବୋଲି ନବୀନ କହିଛନ୍ତି । ବିଭିନ୍ନ କେନ୍ଦ୍ରୀୟ ଯୋଜନାରୁ ଅର୍ଥ କାଟ ହୋଇଛି । ଦଳ ଏହି ପ୍ରସଂଗ ଉଠାଇବ । ତେବେ ଗଣତାନ୍ତ୍ରିକ ପଦ୍ଧତିରେ ହେବ ବୋଲି ନବୀନ କହିଛନ୍ତି । ମହାନଦୀ ଜଳ ବିବାଦ, ପୋଲଭରମ ଆଦି ଇସ୍ୟୁ ମଧ୍ୟ ଉଠିବ ବୋଲି ସେ କହିଛନ୍ତି ।

wp:core-embed/youtube {"url":"https://www.youtube.com/watch?v=gczlDkCyl_Q","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=gczlDkCyl_Q
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.