Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଦଶନ୍ଧି ଦଶନ୍ଧିର ସ୍ବପ୍ନ ସାକାର ; ଗୁରୁପ୍ରିୟା ସେତୁ ଲୋକାର୍ପିତ

26/07/2018 at 10:20 AM

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ଚର୍ଚ୍ଚିତ ଓ ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁର ଉଦଘାଟନ କରିଛନ୍ତି | ଏହି ସେତୁ ଉଦଘାଟନ ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ତହସିଲ ଅନ୍ତର୍ଗତ ୧୦ଟି ଗ୍ରାମ ପଂଚାୟତର ୧୫୧ଟି ଗାଁର ୩୫ ହଜାର ଲୋକ ଉପକୃତ ହେବେ | ସେତୁ ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ସେତୁ ଉପରେ ଚାଲିବା ସହ ପୁରା ସେତୁର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଗାଡିରେ ଯାତ୍ରା କରିଥିଲେ | ନକ୍ସଲ ଆକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା | ବିଛିନାଞ୍ଚଳ ତଥା ସାମଗ୍ରିକ ବିକାଶ ପ୍ରକ୍ରିୟାରେ ସାମିଲ ହେବା ପାଇଁ ସେତୁ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନକ୍ସଲମାନଙ୍କୁ ଆହ୍ୱାନ ଦେଇଛନ୍ତି | ସେତୁ ନିର୍ମାଣ କାର୍ଯ୍ୟରେ ଯୋଗଦାନ ଦେଇଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି | ଏହି ସେତୁ ନିର୍ମାଣ ପରିପ୍ରେକ୍ଷୀରେ ସହିଦ ହୋଇଥିବା ଯବାନମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି |

   Related Posts