ରାହୁଲ ଗାନ୍ଧୀଙ୍କୁ ନବୀନ କହିଲେ ଧନ୍ୟବାଦ, ଜାଣନ୍ତୁ କାହିଁକି

Published By : Prameya-News7 Bureau | December 10, 2018 IST

ଭୁବନେଶ୍ବର ୧୦|୧୨: ମହିଳା ସଂରକ୍ଷଣ ବିଲ୍  ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କର ନୀତିକୁ ଆପଣେଇଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳା ସଂରକ୍ଷଣ ପ୍ରସଙ୍ଗରେ ସବୁ ଦଳ ଏଭଳି ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।  ମହିଳା ସଂରକ୍ଷଣ ପ୍ରସଙ୍ଗକୁ ବିଜେଡି ଜାତୀୟ ସ୍ତରକୁ ନେଇଛି। ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସହଯୋଗ ଲୋଡ଼ିଛନ୍ତି । ଏହାସହ ୭ଟି ଜାତୀୟ ଦଳ ଓ୧୫ଟି ଆଞ୍ଚଳିକ ଦଳର ସହଯୋଗ ଲୋଡ଼ିଛନ୍ତୀ ନବୀନ। ମହିଳା ସଂରକ୍ଷଣ ବିଲ୍  ରାଜ୍ୟସଭାରେ ପାରିତ ହୋଇଥିବା ବେଳେ ଏବେ ଲୋକସଭାରେ ପଡ଼ିରହିଛି । ଅନ୍ୟପକ୍ଷରେ ମୁଖ୍ଯମନ୍ତ୍ରୀଙ୍କ ଭଳି ମହିଳା ସଂରକ୍ଷଣ ବିଲ୍ କୁ ସମର୍ଥନ କରିବା ଲାଗି ରାହୁଲଗାନ୍ଧି ପରାମର୍ଶ ଦେଇଛନ୍ତି । ଏଥିପାଇଁ ରାହୁଲ ଗାନ୍ଧି କଂଗ୍ରେସ ଶାସିତ ଓ କଂଗ୍ରେସ ସହ ମେଣ୍ଟ କରି ସରକାର କରିଥିବା ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ରାହୁଲ ତାଙ୍କ ଚିଠିରେ ଲେଖିଛନ୍ତି ଯେ ପାର୍ଲାମେଣ୍ଟରେ ମହିଳାମାନଙ୍କୁ ପ୍ରତିନିଧିତ୍ବ ଦେବାରେ ବିଶ୍ବର ୧୯୩ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୪୮ । ରାଜ୍ୟ ବିଧାନସଭା ଗୁଡ଼ିକରେ ସ୍ଥିତି ଅଧିକ ଖରାପ। ମହିଳା ସଂରକ୍ଷଣ ବିଲକୁ ପାରିତ କରାଇବାପାଇଁ ସେ ଅନୁରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.