ମୁଖ୍ୟମନ୍ତ୍ରୀଙ୍କ ଜୀବନୀକୁ ନେଇ 'ନବୀନ ପଟ୍ଟନାୟକ-ନୋଭିସ୍ ଟୁ ନଭେଲଟି' ପୁସ୍ତକ ଉନ୍ମୋଚିତ

Published By : Prameya-News7 Bureau | August 05, 2018 IST

'ନବୀନ ପଟ୍ଟନାୟକ-ନୋଭିସ୍ ଟୁ ନଭେଲଟି' ପୁସ୍ତକ ଉନ୍ମୋଚିତ । ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ, ରବି ଦାସ,ପୂର୍ବତନ ଡିଜିପି ଏ.ବି ତ୍ରିପାଠୀ ପୁସ୍ତକଟିକୁ ଉନ୍ମେ।ଚନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନି ଉପରେ ଆଧାରିତ ଏହି ପୁସ୍ତକକୁ ଲେଖିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ । ଯୁବାବସ୍ଥାରେ ନବୀନଙ୍କ ଲାଇଫଷ୍ଟାଇଲ୍, ହାଇ ପ୍ରୋଫାଇଲ୍ ଫ୍ରେଣ୍ଡ ସର୍କଲ ଆଦି ପ୍ରସଙ୍ଗକୁ ନିଖୁଣ ଭାବେ ବହିରେ ସ୍ଥାନିତ କରାଯାଇଛି । ନବୀନ ପଟ୍ଟନାୟକ କିଭଳି ନେତା ବନିଲେ ଏବଂ ଏଥି ପାଇଁ କେଉଁ ପରିବେଶ ତାଙ୍କୁ ସାହାଯ୍ୟ କଲା ସମସ୍ତ କଥା ବହିରେ ଦର୍ଶାଯାଇଛି । ଏହାକୁ ଲେଖକ କଳୁଷିତ ରାଜନୀତିରେ ଫ୍ରେସ୍ ଏୟାର ଏବଂ ସେ ସମୟରେ ନବୀନ ଓଡ଼ିଶା ରାଜନୀତିର କେଜ୍ରିୱାଲ ବୋଲି ବର୍ଣ୍ଣାନା କରିଛନ୍ତି । ନବୀନଙ୍କ ସ୍ପିଚ୍ ଦେବା ଷ୍ଟାଇଲ କୁ ନେଇ ମଧ୍ୟ ଲେଖକ ଉଲ୍ଲେଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.