ଆଜି ନୟାଗଡରୁ ପ୍ରଥମ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Published By : Prameya-News7 Bureau | March 24, 2019 IST

ଭୁବନେଶ୍ବର ୨୪/୩: ୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରାର୍ଥୀ ଘୋଷଣା ହୋଇନଥିଲେ ହେଁ ସେ ଆଜି  ନୟାଗଡ ନିର୍ବାଚନ ମଣ୍ଡଳୀରୁ ପ୍ରଥମେ ପ୍ରଚାର ଆରମ୍ଭ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି ।  ତେବେ ନବୀନଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ବ ମନେ କରାଯାଉଛି ।

{"id":96245,"width":593,"height":326}

କାରଣ ନିକଟରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ  ବିଜେଡି ଛାଡି  ବିଜେପିରେ ଯୋଗ ଦେଇଛନ୍ତି । ନବୀନ ଆଜି କେଉଁ ପ୍ରସଙ୍ଗକୁ ମୁଦ୍ଦା କରିବେ ସର୍ବୋପରି ଦଳବଦଳକାରୀଙ୍କ  ପାଇଁ କି ଜବାବ ଦେବେ ତାହାକୁ ନେଇ ରାଜନୈତିକ ମହଲରେ ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି  ।

{"id":96246,"width":592,"height":326}

ତେବେ ଦ୍ବିତୀୟ ପର୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ନବୀନ ପ୍ରଚାରକୁ ଯିବେ ବୋଲି ଆଲୋଚନା ହେଉଛି ।  ନିର୍ବାଚନ ତାରିଖ ଘୋଷଣା ପୁର୍ବରୁ ନବିନ ସରକାରୀ ଭାବେ ମାରାଥନ ପ୍ରଚାର କରି ପ୍ରାୟ ସବୁ ନିର୍ବାଚନ ମଣ୍ଡଳି ବୁଲିବା ସହ ବିଭିନ୍ନ  ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.