ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ନବୀନ : ନିର୍ଦ୍ଦ୍ବନ୍ଦରେ ଅଷ୍ଟମ ଥର ପାଇଁ ବିଜେଡିର ନେତୃତ୍ବ ନେବା ନିଶ୍ଚିତ

Published By : Prameya-News7 Bureau | February 23, 2020 IST

ଭୁବନେଶ୍ବର ୨୩/୨: ବିଜେଡି ସଭାପତି ପଦ ପାଇଁ ଆଜି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।  ଆସନ୍ତା ୨୬ରେ ସେ ବିଧିବଦ୍ଧ ଭାବେ ଅଷ୍ଟମ ଥର ପାଇଁ ଦଳର ମୁଖିଆ ଭାବେ ଦାୟିତ୍ବ ଗ୍ରହଣ କରିବେ । ଆଜି ନବୀନଙ୍କ ବ୍ୟତୀତ, ଦଳର କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ୮୦ ଜଣ ନାମାଙ୍କନ ଦାଖଲ କରିଛନ୍ତି ।

{"id":228187,"sizeSlug":"large"}

ବିଜେଡି ସଭାପତି ପଦ ପାଇଁ ଦଳ ସୁପ୍ରିମୋ ନବୀନଙ୍କ ନାମାଙ୍କନ ଦାଖଲ । ୧୯୯୭ରେ ବିଜୁ ଜନତା ଦଳ ଗଠନ ପରଠାରୁ ଦୀର୍ଘ ୨୩ ବର୍ଷ ଧରି ଦଳର ସଭାପତି ପଦ ସମ୍ଭାଳି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଜି ଏହି  ପଦ ପାଇଁ ପୁଣିଥରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭୁବନେଶ୍ବରରେ ଥିବା ଦଳୀୟ କାର୍ଯ୍ୟାଳୟରେ ନବୀନଙ୍କୁ ଦଳର ବରିଷ୍ଠ ନେତା ଏବଂ କର୍ମୀମାନେ ବିପୁଳ ଉତ୍ସାହର ସହ ପାଛୋଟି ନେଇଥିଲେ । ତାଙ୍କ ନାମାଙ୍କନ ପାଇଁ ୧୦ ଜଣ ପ୍ରସ୍ତାବକ ଓ ସମର୍ଥକ ରହିଥିଲେ । ଯେହେତୁ ଏହି ପଦ ପାଇଁ ଆଉ କେହି ପ୍ରତିଦ୍ବନ୍ଦିତା କରିବେ ନାହିଁ, ତେଣୁ ନବୀନ ନିର୍ଦ୍ଦ୍ବନ୍ଦରେ ଅଷ୍ଟମ ଥର ପାଇଁ ବିଜେଡିର ନେତୃତ୍ବ ନେବା  ନିଶ୍ଚିତ । ଆସନ୍ତା ୨୬ରେ ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କୁ ବିଧିବଦ୍ଧ ଭାବେ ସଭାପତି ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

{"id":228188,"sizeSlug":"large"}

ନବୀନଙ୍କ ବ୍ୟତୀତ, ଦଳର କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ଆଉ ୮୦ ଜଣ ନେତା ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ରାଜ୍ୟ କାର୍ଯ୍ୟକାରିଣୀର ସମୁଦାୟ ସଦସ୍ୟଙ୍କ ସଂଖ୍ୟା ୩୫୫ । ଏହା ପୂର୍ବରୁ, ୨୧ ତାରିଖରେ ଦଳର ୩୩ ସାଂଗଠନିକ ଜିଲ୍ଲା ପାଇଁ ସଭପତିମାନଙ୍କ ଙ୍କ ନାଁ ଘୋଷଣା କରାଯାଇଥିଲା । ଆଜି ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ବିଜେଡି ନେତାମାନେ ନବୀନଙ୍କ ବଳିଷ୍ଠ ନେତୃତ୍ବ ଏବଂ ଓଡ଼ିଶାବାସୀଙ୍କ ଭଲ ପାଇବା ହିଁ ଦଳର ସଫଳତାର ଅସଲ କାରଣ ବୋଲି କହିଥିଲେ ।

{"id":228189,"sizeSlug":"large"}

ନାମାଙ୍କନ ପତ୍ର ଯାଞ୍ଚ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ପରେ, ୨୬ରେ ବିଜେଡି ଏହାର ନୂତନ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ଘୋଷଣା କରିବ ।  ଡିସେମ୍ବର ୨୭ରୁ ଫେୃବୃଆରୀ ୨୦ ମଧ୍ୟରେ ବିଜେଡିର ବ୍ଲକ ସଭାପତି ଓ କମିଟି ସଦସ୍ୟ ନିର୍ବାଚନ ସରିଛି । ଆଗକୁ ପୌର ଏବଂ ପଞ୍ଚାୟତ ନିର୍ବାଚନ ଅଛି। ତେଣୁ ବିଜେଡିର ନୂତନ ଟିମ ପାଇଁ ଦୁଇ ଦଶନ୍ଧି ଧରି ଦଳର ନିର୍ବାଚନୀ ସଫଳତାକୁ ବଳବତ୍ତର ରଖିବା ପ୍ରଥମ ଏବଂ ପ୍ରମୁଖ ଚ୍ୟାଲେଞ୍ଜ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

{"id":228190,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.