ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ବରଗଡ଼ରେ ଖୁବ୍ ଶୀଘ୍ର ହେବ କ୍ୟାନସର ହସ୍ପିଟାଲ୍

Published By : Prameya-News7 Bureau | January 21, 2020 IST

ବରଗଡ଼ ୨୧/୧: ବରଗଡ଼ରେ ହେବ କ୍ୟାନସର ହସ୍ପିଟାଲ । ଆଜି ଏଠାରେ ନବନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସାଇନ୍ସ ପାର୍କ ଉଦ୍‌ଘାଟନ କରିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୨୫ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ସାରା ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବ । ଏଥି ସହ ବରଗଡ଼ରେ ୭୦କୋଟି ୬୪ଲକ୍ଷରୁ ଅଧିକ ଟଙ୍କାର ୭ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ୫୯ଲକ୍ଷ ୪୪ଲକ୍ଷ ଟଙ୍କାର ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତି ।

{"id":214279,"sizeSlug":"large"}

ବରଗଡ଼ ପରେ ସମ୍ବଲପୁର ଯାଇ ମା’ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ସମଲେଶ୍ବରୀ ମନ୍ଦିର ଓ ହୀରାକୁଦ ପାଇଁ ଏକ ପର୍ଯ୍ୟବେକ୍ଷକ ଟିମ୍‌ ଗଠନ କରାଯିବ । ଏହି ଟିମ୍‌ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ସମଲେଶ୍ବରୀ ମନ୍ଦିର ଓ ହୀରାକୁଦ ପାଇଁ ପ୍ୟାକେଜ୍‌ ଘୋଷଣା କରାଯିବ । ଉଭୟ ସ୍ଥାନର ଉନ୍ନୟନ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

{"id":214280,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.