Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ : ଅନୁଗୋଳ ଶଙ୍ଖପୁରରୁ ପ୍ରଚାର କରିବେ ଧର୍ମେନ୍ଦ୍ର

21/04/2019 at 8:02 AM

ଭୁବନେଶ୍ବର ୨୧/୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିବେ । ସମ୍ବଲପୁର, ଖୋର୍ଦ୍ଧା, କଟକ କେନ୍ଦ୍ରାପଡା, ପୁରୀ ଜିଲ୍ଲାରେ ନବୀନ ପ୍ରାର୍ଥୀଙ୍କ ପାଇଁ କରିବେ ଜୋରଦାର ପ୍ରଚାର । ପ୍ରଥମେ ସକାଳ ୧୦ ଟା ୧୦ରେ ବୁର୍ଲା ଏମସିଏଲ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳିଠାରେ ମୁଖ୍ୟମନ୍ତ୍ରୀ ଜନସାଧାରଣକୁ ଉଦବୋଧନ ଦେବେ ।

ସେଠାରେ କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିଯିବେ ।  ଅପରାହ୍ନରେ ଖୋର୍ଦ୍ଦା ଜିଲ୍ଲା ଜୟଦେବ ନିର୍ବାଚନମଣ୍ଡଳି ପାଇଁ ବାଲିହାଟ ଗୋରୁହାଟ ପଡିଆ ଠାରେ ଯୋଗ ଦେବେ । ସେଠାରୁ କାର୍ଯ୍ୟକ୍ରମ ସାରି କଟକ ଜିଲ୍ଲା ଆଠଗଡ ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏହାପରେ କେନ୍ଦ୍ରାପଡା ରାଜନଗର ନିର୍ବାଚନମଣ୍ଡଳୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ଶେଷରେ ପୁରୀ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର କରିବେ ନବୀନ । ସଂଧ୍ୟା ୫ ଟାରେ ଅସ୍ତରଙ୍ଗ ଠାରେ ମୁଖ୍ୟମନ୍ତ୍ରୀଙ୍କ ଏକ ବିଶାଳ ରୋଡ ସୋ ହେବ । ଏହି ରୋଡ ସୋ ଅସ୍ତରଙ୍ଗ ଦେଇ ଭୁବନେଶ୍ବର ଫେରିବ ।

ସେହିପରି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମାରାଥନ ପ୍ରଚାର କରିବେ । ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳି ଶଙ୍ଖପୁର ଠାରେ ବିଜୟ ସଂକଳ୍ପ ସଭାରେ ଯୋଗ ଦେବେ । ସେଠାରେ ସେ ପାଲଲହଡା ବିଧାନସଭା ପାଇଁ ଖମାର ଠାରେ ଦଲୀୟ ପ୍ରାଥୀଙ୍କ ପାଇଁ ପ୍ରଚାର କରିବେ । ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ କଲ୍ୟାଣପୁଣ ଠାରେ ଯୋଗ ଦେବେ ଧର୍ମେନ୍ଦ୍ର । ଏହାପରେ ଜଗତସିଂହପୁର କୁଜଙ୍ଗ, ତେନ୍ତୁଳିପଡା ଏବଂ କଟକର ନିଆଳି ଠାରେ ଧର୍ମେନ୍ଦ୍ର ଯୋଗ ଦେଇ ପ୍ରାର୍ଥୀଙ୍କ ଭୋଟ ଭିକ୍ଷା କରିବେ ।

   Related Posts