Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଶିକ୍ଷାବର୍ଷ ପାଇଁ ସମୟସୀମା ଓ ଗାଇଡଲାଇନ୍ ପ୍ରସ୍ତୁତ କରିବାକୁ ମୋଦିଙ୍କୁ ଚିଠି ଲେଖିଲେ ନବୀନ

25/11/2020 at 6:15 PM

ଭୁବନେଶ୍ୱର ୨୫/୧୧ : ୨୦୨୦-୨୧ ଶିକ୍ଷା ବର୍ଷ ଚିନ୍ତା ରାଜ୍ୟ ସରକାରଙ୍କୁ। କେତେ ସମୟ ମିଳିବ ଶିକ୍ଷା ବର୍ଷ ପାଠ୍ୟକ୍ରମ ଶେଷ କରିବା ପାଇଁ ଓ  କେବେ ହେବ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା । ଆଜି ଏନେଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ପତ୍ରରେ ଦର୍ଶାଇଛନ୍ତି ଯେ ପ୍ରତିଯୋଗାତା ମୂଳକ ପରୀକ୍ଷା ଓ ଉଚ୍ଚଶିକ୍ଷା ପାଇଁ ଅଡମିଶନ ପରସ୍ପର ଉପରେ ନିର୍ଭରଶୀଳ। ତେଣୁ ଜାତୀୟ ସ୍ତରରେ  ଏନେଇ ଏକ ଗାଇଡ଼ଲାଇନ ପ୍ରସ୍ତୁତ ହେଉ ଓ ଶିକ୍ଷାବର୍ଷ ପାଇଁ ସମୟ ସୀମା ନିର୍ଧାରଣ କରାଯାଉ । ଯାହା ଦ୍ବାରା ଉଭୟ ରାଜ୍ୟ ଓ ଛାତ୍ରୀଛାତ୍ରୀ ମାନେ ନିଜକୁ ପ୍ରସ୍ତୁତ  କରିପାରିବେ। ମୁଖ୍ୟମନ୍ତ୍ରୀ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସମୟ ସୀମା ସହ ମାଟ୍ରିକ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା କେବେ କରାଯିବ ସେନେଇ କେନ୍ଦ୍ର ସରକାର ସ୍ପଷ୍ଟ ସଙ୍କେତ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।     

ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା କରିବା ପାଇଁ  ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ ସ୍ୱାଗତ କରିଛି ଅଭିଭାବକ ମହାସଙ୍ଘ। ଅନଲାଇନ କ୍ଳାସ ସାରା ଦେଶରେ ଫେଲ ମାରିଥିବା ବେଳେ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ନାହାନ୍ତି। ଏଭଳି ପରିସ୍ଥିତିରେ କୋଭିଡ଼ ଗାଇଡଲାଇନ ମାନି କ୍ଲାସ ଅତି କମରେ ୫ରୁ ୬ ମାସ କରିବା ପାଇଁ ଅଭିଭାବକ ସଂଘ ପକ୍ଷରୁ ଦାବି କରାଯାଇଛି।

ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଅଣ୍ଡର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୦-୨୧ ବର୍ଷ ପାଇଁ ନୂଆ ଶିକ୍ଷା ବର୍ଷ କ୍ୟାଲେଣ୍ଡର ଘୋଷଣା କରିଥିଲେ। ଏହା ସହ ଏଆଇସିଟିଇ ପକ୍ଷରୁ ମଧ୍ୟ ନୂଆ ଶିକ୍ଷା ବର୍ଷ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି। ଏବେ ଅପେକ୍ଷା ରହିଛି କେବେ ଦଶମ ଓ ଦ୍ବାଦଶ ଶ୍ରେଣୀର ଶିକ୍ଷା ବର୍ଷ କ୍ୟାଲେଣ୍ଡର ନେଇ  କେନ୍ଦ୍ର ସରକାର କି ନିଷ୍ପତି ନେବେ।

   Related Posts