ଅଭିନବ ଉପାୟରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ, କାଠପଟାରେ ଆଙ୍କିଲେ ନବୀନଙ୍କ ଛବି

Published By : Prameya-News7 Bureau | October 16, 2021 IST

ସାନଖେମୁଣ୍ଡି, ୧୬|୧୦ : ଶନିବାର   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରରେ ଏକ ଅଭିନବ ଉପାୟରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ଶିଳ୍ପୀ ଅରୁଣ ସାହୁ । ଗଂଜାମ ଜିଲ୍ଲା ହିଂଜିଲିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର ଶିଳ୍ପୀ ଅରୁଣ ସାହୁ ଏକ ଚିତ୍ର ସହ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଛନ୍ତି ।

ସେ ଦୁଇ ଖଣ୍ଡ କାଠ ପଟାରେ ଏକ ଚିତ୍ର ଆଙ୍କିଛନ୍ତି । ଗୋଟିଏ କାଠ ପଟାକୁ କଳା ରଙ୍ଗ ଦିଆଯାଇ ଥିବା ବେଳେ ତାହା ଉପରେ ଧଳା କାଠ ପଟାକୁ ଅଠା ଲଗାଇ ଲଗା ଯାଇଛି । ଧଳା କାଠ ପଟାକୁ ଖୋଦେଇ କରି ମୁଖ୍ୟମନ୍ତ୍ରୀଙ୍କ ମୁହଁ ଆକୃତି କରାଯାଇଛି । ଏହାକୁ କଳା କାଠ ପଟାରେ ଲଗାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ସ୍ପଷ୍ଟ ଭାବେ ଦେଖାଯାଉଛି । ଦୂରରୁ ଦେଖିଲେ ତାହା ଏକ କାଠ ପଟା ଉପରେ କଳା ରଙ୍ଗରେ ଚିତ୍ର ଆଙ୍କିଲା ଭଳି ଦିଶୁଛି । ଏଥି ସହ ଚିତ୍ର ତଳେ ଛୋଟ ଛୋଟ କାଠ ଟୁକୁରା କାଟି ଇଂରାଜୀ ଅକ୍ଷରରେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଅରୁଣ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.