Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବିଜେଡି ସଭାପତି ପଦ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ

23/02/2020 at 8:12 AM

ଭୁବନେଶ୍ବର ୨।୨: ଆଜି ବିଜେଡି ସଭାପତି ପାଇଁ ନାମାଙ୍କନ ଦାଖଲ କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡିର ବର୍ତ୍ତମାନ ସଭାପତି ନବୀନ ପଟ୍ଟନାୟକ ନୂଆ ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ। ନବୀନ ସକାଳ ୯ ଟା ୩୦ ମିନିଟରେ ବିଜେଡି କାର୍ଯ୍ୟାଳୟରେ ଏହି ନାମାଙ୍କନ ପତ୍ର ଦାଖଲ କରିବେ।

ସେହିପରି ଦଳର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟମାନେ ମଧ୍ୟ ନାମାଙ୍କନ ପତ୍ର ଏକା ସମୟରେ ଦାଖଲ କରିବେ। ଶୁକ୍ରବାର ଦିନ ଦଳ ତରଫରୁ ବିଭିନ୍ନ ଜିଲ୍ଲାର ସଭାପତିମାନଙ୍କ ନାମ ତାଲିକା ପ୍ରକାଶ କରାଯାଇଛି। ପୂର୍ବରୁ ଜିଲ୍ଲାର ବିଭିନ୍ନ କର୍ମକର୍ତ୍ତା ମଧ୍ୟ ନିର୍ବାଚିତ ହୋଇଯାଇଛନ୍ତି। ଶେଷରେ ଆଜି ଦଳର ସଭାପତି ପଦ ପାଇଁ ନିର୍ବାଚନ ହେବ।

ତେବେ ବିଜେଡି ସଭାପତି ପାଇଁ ପୂର୍ବରୁ କେବଳ ନବୀନ ପଟ୍ଟନାୟକ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇ ଆସୁଛନ୍ତି । ଏଥର ମଧ୍ୟ ସେହିପରି ନବୀନ ପଟ୍ଟନାୟକ ସଭାପତି ହେବେ ବୋଲି ସମସ୍ତେ ଜାଣନ୍ତି । ହେଲେ ସାମ୍ବିଧାନିକ ନିୟମ ଅନୁସାରେ ଏହି ନିର୍ବାଚନ କରିବାର ବିଧେୟ ରହିଛି । ଏହି ନିର୍ବାଚନ ପରିଚାଳନା କରିବା ପାଇଁ ଦଳ ତରଫରୁ ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ ଦେବଙ୍କୁ ନିଯୁକ୍ତି ଦିଆଯାଇଛି ।

   Related Posts