କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ମନରେଗା ଶ୍ରମିକଙ୍କୁ ୫୦ ଦିନର ମଜୁରି ଦେବାକୁ ଦାବି

Published By : Prameya-News7 Bureau | March 20, 2020 IST

ଭୁବନେଶ୍ୱର, ୨୦।୩:   କରୋନା ଆତଙ୍କରେ ସାରା ବିଶ୍ୱ ଥରହର ହେଉଛି। ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତାଙ୍କୁ ଏହି ମାରାତ୍ମକ ଭାଇରସକୁ ମୁକାବିଲା ପାଇଁ ସଚେତନତା ବାର୍ତ୍ତା ଦେଉଛନ୍ତି। ଓଡିଶାରେ ମଧ୍ୟ କରୋନା ଭୟର ବାତାବରଣ ସୃଷ୍ଟି କରିଛି। ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି। ଏହାସହ ମନରେଗା ଶ୍ରମିକଙ୍କୁ ୫୦ ଦିନର ମଜୁରି ଦେବାକୁ ମଧ୍ୟ ଦାବି କରିଛନ୍ତି।

କରୋନା ପରୀକ୍ଷଣ କେନ୍ଦ୍ର ବଢ଼ାଇବାକୁ, ଘରୋଇ ଓ ସରକାରୀ ସ୍ତରରେ ମାଗଣା ପରୀକ୍ଷା କରିବାକୁ ନବୀନ ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି  ମାସ୍କ ଓ ସ୍ବାସ୍ଥ୍ୟ ଉପକରଣ ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

ଏତତ୍ ବ୍ୟତୀତ  ‘ମନରେଗା’ଶ୍ରମିକଙ୍କୁ ୫୦ ଦିନର ମଜୁରି, ଶ୍ରମିକଙ୍କୁ ଆର୍ଥିକ ସହାୟତା , ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅତିରିକ୍ତ କିସ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ  ଦାବି ରଖିଛନ୍ତି।  ସେହିପରି ଜନଗଣନା କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ  ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.