ଉତ୍ତରାଧିକାରୀ ପ୍ରସଙ୍ଗ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ନବୀନ, କହିଲେ ପରିବାରରୁ କେହି ନୁହେଁ ବରଂ ଲୋକେ ବାଛିବେ

Published By : Prameya-News7 Bureau | May 28, 2019 IST

ଭୁବନେଶ୍ବର ୨୮|୫: କିଏ ହେବ ବିଜେଡିର ଉତ୍ତରାଧିକାରୀ । ପୁତୁରା ଅରୁଣ ପଟ୍ଟନାୟକଙ୍କୁ ନେଇ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଥିଲା ସେଥିରେ ପୂର୍ଣ୍ଣଛେଦ ଟାଣିବା ସହ ତାଙ୍କ ପରିବାରରୁ କେହି ରାଜନୀତିକୁ ଆସିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ନବୀନ   । ଓଡ଼ିଶାର ଲୋକେ ହିଁ ବିଜେଡିର ଉତ୍ତରାଧିକାରୀ ବାଛିବେ ବୋଲି କହିଛନ୍ତି ନବୀନ ।

ତେବେ ଗତକାଲି ବିଜେଡିରୁ ହିଁ କେହି ଜଣେ ଦଳର ଭବିଷ୍ଯତ ହେବ ବୋଲି ନବୀନ ଏକ ସାକ୍ଷାତକାରରରେ କହିଥିଲେ । ଏଥିସହ ୧୯ ବିଜୟର  ସବୁ ଶ୍ରେୟ ନବୀନ  ଦଳୀୟ କର୍ମୀଙ୍କୁ ଦେଇଛନ୍ତି  । ବିଶେଷକରି ରାଜ୍ୟର ମହିଳାମାନେ ଅଧିକ ମାତ୍ରାରେ ବିଜେଡିକୁ ଭୋଟ୍ ଦେଇଥିବାରୁ ମହିଳା ଭୋଟରଙ୍କୁ  କୃତଜ୍ଞତା ଜଣାଇଛନ୍ତି ନବୀନ ।

ଲୋକସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ନେଇ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନବୀନ କହିଛନ୍ତି ବିଜେପି ବହୁତ ଭଲ ପ୍ରଦର୍ଶନ କରିଛି । ସରକାରଙ୍କ ପ୍ରାଥମିକତା ବିଷୟରେ ସାକ୍ଷାତକାରରେ ନବୀନ କହିଛନ୍ତି ରାଜ୍ୟର ବିକାଶ ତାଙ୍କର ପ୍ରଥମ ଲକ୍ଷ୍ୟ । ରାଜ୍ୟକୁ ବିକାଶର ନୂଆ ସୋପାନରେ ପହଞ୍ଚାଇବାକୁ ତାଙ୍କ ସରକାର କାମ କରିବ ବୋଲି କହିଛନ୍ତି ନବୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.