ଦଳକୁ ଫେରିଲେ ପ୍ରଫୁଲ୍ଲ ; ବହିଷ୍କାର ଆଦେଶ ପ୍ରତ୍ୟାହାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Published By : Prameya-News7 Bureau | March 18, 2019 IST

ଭୁବନେଶ୍ବର ୧୮|୩ : ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଘଡାଇଙ୍କ ଉପରୁ ହଟିଲା ବହିଷ୍କୃତ ଆଦେଶ ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି । ପ୍ରଫୁଲ୍ଲ ଘଡାଇଙ୍କୁ ୨୦୧୪ ସେପ୍ଟେମ୍ବର ୨୦ରେ ବିଜେଡିରୁ ବହିଷ୍କାର କରାଯାଇଥିଲା। ନବୀନଙ୍କୁ ଆକ୍ଷେପମୂଳକ ମନ୍ତବ୍ୟ ଦେବା ଅଭିଯୋଗରେ ବହିଷ୍କୃତ ହୋଇଥିଲେ ।

ବହିଷ୍କାର ଆଦେଶ ପ୍ରତ୍ୟାହାର ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଫୁଲ୍ଲ ଘଡାଇ । ସ୍ବାସ୍ଥ୍ୟଗତ କାରଣରୁ ରାଜନୀତିରୁ ଦୂରେଇ ଯାଇଥିବା କହିଛନ୍ତି ପ୍ରଫୁଲ୍ଲ । ଦଳ ପାଇଁ କାମ କରୁଥିଲି, ଦଳ ପାଇଁ କାମ କରିବି ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି । ଯାଜପୁର ବିଜେଡିର ଦୁର୍ଗ, ପଦ ପଦବୀ ପାଇଁ ଆଶା ନାହିଁ ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.