Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

୪୨ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ବି ଆସ୍କା ଥାନା ହେଲାନି ସଟଡାଉନ୍, ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଲେ- ‘ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା’

25/07/2020 at 8:20 PM

ଆସ୍କା, ୨୫|୦୭:  ଗଞ୍ଜାମ ଜିଲ୍ଲାରେ ବେକାବୁ କରୋନା ଭାଇରସ । ପ୍ରତିଦିନ ଶହ ଶହ ନୂଆ କରୋନା ପଜିଟିଭ୍ କେସ୍ ସାମ୍ନାକୁ ଆସୁଛି । କେବଳ ସାଧାରଣ ଜନତା ନୁହେଁ ବରଂ କରୋନା ଯୋଦ୍ଧା ପୋଲିସ କର୍ମଚାରୀ ମଧ୍ୟ ଏହି ମାରାତ୍ନକ ଭାଇରସରେ ଆକ୍ରାନ୍ତ ହେଉଛନ୍ତି । ତେବେ ଆସ୍କା ଥାନା ଏକ ଉଦାହରଣ ସୃଷ୍ଟି କରିଛି । ଥାନାର ୪୨ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ଏହା ଜନସାଧାରଣଙ୍କ ସେବାରେ ବାଧକ ସାଜି ନାହିଁ । ଅଳ୍ପ କର୍ମଚାରୀରେ ହେଲେ ମଧ୍ୟ ଲୋକଙ୍କୁ ସେବା ଯୋଗାଉଛି ଆସ୍କା ଥାନା । ତେବେ ଆସ୍କା ପୋଲିସର  ଏହି ନିଷ୍ଠାପର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସ୍କା ଥାନାରେ ଗତ ୩ ସପ୍ତାହ ମଧ୍ୟରେ ୪୨ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହା ସତ୍ତ୍ୱେ ଥାନା ସଟଡାଉନ୍ ହୋଇନାହିଁ । ଏହି ଥାନାରେ ୪୫ଜମ କର୍ମଚାରୀ କାର୍ଯ୍ୟରତ । ଜଣେ ଇନସପେକ୍ଟର, ୪ଜଣ ସବ୍ ଇନସପେକ୍ଟର, ଅନେକ ଏଏସଆଇ, ୩୨ କନଷ୍ଟେବଳଙ୍କୁ ଥାନାରେ ନିଯୁକ୍ତ କରାଯାଇଛି । ଏହାସହ ୧୦ ହୋମ୍ ଗାର୍ଡ ମଧ୍ୟ ଥାନା ସହ ଜଡିତ ଅଛନ୍ତି । ଏହାମଧ୍ୟରେ ଡ୍ୟୁଟି ବେଳେ ୨ ଏଏସଆଇ, ୨ ହାବିଲଦାର, ୧୦ କନଷ୍ଟେବଳ, ୧୬ ସିପାହୀ ଓ ୧୨ ହୋମ ଗାର୍ଡ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସତ୍ତ୍ୱେ ଅଳ୍ପ କର୍ମଚାରୀରେ ମଧ୍ୟ ଥାନା କାମ ଚାଲିଛି ।

ଆସ୍କା ପୋଲିସର ଏହି ସେବା ମେନାଭାବକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ୍ କରି ଆସ୍କା ପୋଲିସର ନିଷ୍ଠାପର କାର୍ଯ୍ୟକୁ ପ୍ରଶଂସା  କରିଛନ୍ତି । ଏହା ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

   Related Posts