୭୪ ତମ ସ୍ୱାଧୀନତା ଦିବସ : ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରଖିଲେ କୋଭିଡ୍ ମୁକାବିଲା ଓ ରାଜ୍ୟ ଅଭିବୃଦ୍ଧିର ସୁନେଲି ଚିତ୍ର

Published By : Prameya-News7 Bureau | August 15, 2020 IST

ଭୁବନେଶ୍ୱର, ୧୫|୦୮: ସାରା ଦେଶ ପାଳୁଛି ୭୪ତମ ସ୍ବାଧୀନତା ଦିବସ । ଏହି ଅବସରରେ ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହହରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ରାଜ୍ୟବାସୀଙ୍କ ଉଦେଶ୍ୟରେ ଦେଇଥିବା ନିଜ ଅଭିଭାଷଣରେ କେରାନା ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସହ ରାଜ୍ୟ ଅଭିବୃଦ୍ଧିର ସୁନେଲି ଚିତ୍ରକୁ ରଖିଥିଲେ ମୁଖ୍ୟମନ୍ତ୍ରୀ ।

{"id":315047,"width":682,"height":395,"sizeSlug":"large"}

ସ୍ବାଧୀନତା ଦିବସ ଅବସରରେ ସ୍ବାଧୀନତା ସଂଗ୍ରାମୀ, ସହିଦ ଯବାନଙ୍କ ସହିତ କରୋନା ଯୁଦ୍ଧରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।  ପ୍ରତିଟି ଜୀବନ ମୂଲ୍ୟବାନ। ପଇସା ପାଇଁ ଜ​‌ଣେ ବି ଚିକିତ୍ସାରୁ ବଞ୍ଚିତ ହେବନି । କରୋନା ରୋଗୀଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଅଞ୍ଚଳରେ କୋଭିଡ ହସ୍ପିଟାଲ କରିଛନ୍ତି। ଏହା ସହିତ ୫ଟି ପ୍ଲାଜମା ବ୍ୟାଙ୍କ କରିବା ସହିତ ପ୍ଲଜମା ଥେରାପୀ ଆରମ୍ଭ କରିଛନ୍ତି।

ପୁଞ୍ଜି ନିବେଶରେ ଓଡିଶା ନମ୍ବର ଓ୍ବାନ।  ଲକଡାଉନ ସମୟରେ ବି  ରାଜ୍ୟସରକାର ଅର୍ଥନୈତିକ କାରବାର ଜାରି ରଖିବା ପଦକ୍ଷେପ ହାତକୁ ନେଇଛନ୍ତି । ଏହି ସମୟରେ ୧୨ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି। ଏହା ସହିତ ଦେଶରେ ହୋଇଥିବା ପୁଞ୍ଜି ନିବେଶର ୧୮ ପ୍ରତିଶତ ରାଜ୍ୟକୁ ଆସିବ। କୃଷି ଅଭିବୃଦ୍ଧିରେ ରାଜ୍ୟ ଆଗରେ ରହିଛି। ଦେଶରେ କୃଷି ଅଭିବୃଦ୍ଧ ହାର ୨.୮୦  ଥିବାବେଳେ ରାଜ୍ୟର କୃଷି ଅଭିବୃଦ୍ଧି ହାର ୭.୬୧ ରହିଛି।

{"id":315048,"width":610,"height":370,"sizeSlug":"large"}

କରୋନା ଯୋଦ୍ଧା ସେବା ଓ ତ୍ୟାଗ ପାଇଁ ଦେଶ ତଥା ରାଜ୍ୟରେ ଆରୋଗ୍ୟ ହାର ଏବଂ ମୃତ୍ୟୁ ହାର କମ ରହିଛି। ସେଥିପାଇଁ ଓଡିଆ ଜାତି ସେମାନଙ୍କ ପାଖରେ ଋଣୀ। କେରାନା ଯୁଦ୍ଧରେ ବିଜୟ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.