ନବୀନ ପୁଣି ନମ୍ବର ୧: ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠାରୁ ଆଗରେ, ସେ ଓଡିଶାର ୮୩ % ଲୋକଙ୍କ ପସନ୍ଦ

Published By : Prameya-News7 Bureau | June 02, 2020 IST

ଭୁବନେଶ୍ୱର, ୦୨|୦୬:  ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ।  ଦେଶରେ ନବୀନଙ୍କ ଲୋକପ୍ରିୟତା ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କଠାରୁ ଢେର ଅଧିକ ।  ଆଇଏନଏସ ଏବଂ ସି ଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ସବୁଠାରୁ ଉପରେ ଅଛନ୍ତି ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜୁ ଜନତା ଦଳର ସରକାର ଓଡିଶାରେ  ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିଥିବା ବେଳେ ଆସିଛି ଏପରି ତଥ୍ୟ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନବୀନ ପଟ୍ଟନା.କ ସାନି ସର୍ଭେରେ ସବୁଠାରୁ ଲୋକପ୍ରିୟ ହେବା ପୂର୍ବରୁ ଅତୀତରେ ଅନ୍ୟ କିଛି ପ୍ରମୁଖ ଗଣମାଧ୍ୟମର ସର୍ଭେରେ ମଧ୍ୟ ଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ରାଜ୍ୟରେ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୦ ବର୍ଷ ଧରି ଶାସନ ଗାଦିରେ ରହିଛନ୍ତି । ତେବେ ପଞ୍ଚମ ଇନିଂସରେ ପ୍ରଥମ ବର୍ଷ ପୂରଣ ହୋଇଥିଲେ ମଧ୍ୟ ନବୀନଙ୍କ ଭାବମୂର୍ତ୍ତିରେ ଦାଗ ଲାଗିନାହିଁ । ପୁଣିଥରେ ନବୀନ ଦେଶର ସବୁଠାରୁ ଶ୍ରେଷ୍ଠ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପ୍ରମାଣିତ ହୋଇଛି ଆଇଏନଏସ-ସି ଭୋଟର ସର୍ଭେରେ । ନବୀନଙ୍କୁ ୮୨. ୯୬ ପ୍ରତିଶତ ଜନତା ପସନ୍ଦ କରିଛନ୍ତି । ଅର୍ଥାତ  ୮୨.୯୬ ପ୍ରତିଶତ ରାଜ୍ୟବାସୀ ନବୀନଙ୍କ ଶାସନକୁ ନେଇ ଖୁସି ଅଛନ୍ତି । ଅର୍ଥାତ ରାଜ୍ୟବାସୀଙ୍କ ହୃଦୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଭଲ ପାଇବା ଅତୁଟ ରହିଛି ।

ଏହି ସର୍ଭେରେ ନବୀନଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବଘେଲା । ଏହାପରେ ରହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଏହାପଛକୁ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ  ଜଗନମୋହନ ରେଡ୍ଡୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ।  

ତେବେ କମ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ଏହାପରେ ଦ୍ୱିତୀୟ ସ୍ଥାନରେ  ରହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେଦ୍ର ସିଂ ରାଓ୍ୱତ । ସେହିପରି ତୃତୀୟରେ ଅଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ଏହାପଛରେ ରହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ ପଲ୍ଲାନୀସ୍ୱାମୀ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ , ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ  ଚନ୍ଦ୍ରଶେଖର ରାଓ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.