Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କାଳିଆ ପରେ ବଳରାମ ଯୋଜନା : ଭୂମିହୀନ ଚାଷୀଙ୍କୁ ୫୦ ହଜାରରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

3/07/2020 at 6:32 PM

ଭୁବନେଶ୍ୱର ୦୩/୦୭ : କରୋନା ଲକଡାଉନରେ ମାଡ଼ ଖାଇଥିବା ରାଜ୍ୟର ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ସରକାର ଗୋଟାକ ପରେ ଗୋଟିଏ ଯୋଜନା କରୁଛନ୍ତି।  ଭୂମିହୀନ ଚାଷୀଙ୍କୁ ସରକାର ଦେବେ ଋଣ ଦେବେ । ସେ୍‌ଥିପାଇଁ ପ୍ରସ୍ତୁତ କରିଛନ୍ତି ବଳରାମ ଯୋଜନା । ଏଭଳି ଯୋଜନାକୁ କିନ୍ତୁ ବିରୋଧୀ ସମାଲୋଚନା କରି କହିଛନ୍ତି କାଳିଆ ଯୋଜନା ପରି ବଳରାମ ଯୋଜନା ବି ଦଳୀୟ କର୍ମୀଙ୍କ ଭିତରେ ସୀମିତ ରହିବ ।  କିନ୍ତୁ ବିଜେଡିର ଯୁକ୍ତି ଚାଷ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦେଇଆସୁଛନ୍ତି । ଏଥିରେ ଚାଷୀମାନେ ହିଁ ଉପକୃତ ହେବେବୋଲି ବିଜେଡି କହିଛି…

କାଳିଆ ପରେ ବଳରାମ। କରୋନା ମହାମାରୀ ସମସୟରେ ଭୂମିହୀନ ଚାଷୀଙ୍କ ପାଇଁ ସରକାର ଆଣିଲେ ନୂଆ ଯୋଜନା ବଳରାମ। ଭୂମିହୀନ ଚାଷୀଙ୍କୁ ସରକାର ଦେବେ ଋଣ । ଅନେକ ସମୟରେ ଭୂମିହୀନ ଚାଷୀ ଋଣ ପାଉନାହାନ୍ତି  । ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତରେ  ଋଣ ପାଇନଥିବା ଭୂମିହୀନ ଚାଷୀଙ୍କୁ ଚିହ୍ନଟ କରିବେ କୃଷକ ସାଥୀ ।  ଚିହ୍ନଟ ପରେ ଭୂମିହୀନ ଚାଷୀଙ୍କୁ ୫୦ ହଜାରରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ଏବେ ବ୍ୟାଙ୍କ ଜରିଆରେ ୫୦ ହଜାର ଟଙ୍କା ଦିଆଯାଉଛି । ପ୍ରତ୍ୟେକ ଚାଷୀଙ୍କୁ ୧୦ ହଜାର ଟଙ୍କା ମିଳୁଛି । ଯାହା କୃଷି କାମ ପାଇଁ ଆଭାବ ପଡୁଛି।  ଏବେ ଏହି ଭୂମିହୀନ ଚାଷୀଙ୍କୁ ଜାତୀୟ କରଣ ବ୍ୟାଙ୍କ ମାଧ୍ୟମରେ ଭୂମିହୀନ ଚାଷୀଙ୍କୁ ଋଣ ଯୋଗାଇଦେବେ ରାଜ୍ୟସରକାର। ଏପଟେ କିନ୍ନରମାନଙ୍କୁ ମଧୁସୂଦନ ପେନସନ ସାମିଲ କରିଛନ୍ତି ରାଜ୍ୟସରକାର। ୫୦୦ରୁ ୭୦୦ ଟଙ୍କା ପେନସନ ଦେବେ ରାଜ୍ୟସରକାର। ଏ ନେଇ କିନ୍ନର ମାନେ ସରକାରଙ୍କ ପୋର୍ଟାଲରେ କିନ୍ନର ମାନେ ଆବେଦନ କରିବେ।

ସରକାରଙ୍କ ବଳରାମ ଯୋଜନାକୁ ନେଇ ବିରୋଧୀ କଟାକ୍ଷ କରିଛନ୍ତି। କାଳିଆ ଯୋଜନାରେ ଯେପରି ଦଳୀୟ କର୍ମୀଙ୍କୁ ଟଙ୍କା ବାଣ୍ଟିଲେ ସେମିତି ବଳାରାମ ଯୋଜନାରେ କରିବେ ବୋଲି ଆକ୍ଷେପ କରିଛନ୍ତି। ସରକାରଙ୍କ ପାଖରେ ଏପ୍ରର୍ଯ୍ୟନ୍ତ ଭୂମିହୀନଙ୍କ ତାଲିକା ନାହିଁ ବୋଲି ବିଜେପି କହିଛି । ବିଜେଡି କହିଛି ସରକାର ଚାଷୀ ଓ ଚାଷକୁ ସବୁବେଳେ ପ୍ରାଧାନ୍ୟ ଦେଇଆସୁଛନ୍ତି ।

କରୋନା ମହାମାରୀ ସମୟରେ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଛି। ଯାହାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିଛି।  ଚାଷ ମଧ୍ୟମରେ ଅର୍ଥନୀତିକୁ ସଦୃଢ଼ କରିବା ପାଇଁ ସରକାର ଗୋଟିଏ ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି।

   Related Posts