ପ୍ରଭାବଶାଳୀ ଭାରତୀୟଙ୍କ ସୂଚୀର ୧୦ମ ସ୍ଥାନରେ ନବୀନ

Published By : Prameya-News7 Bureau | May 26, 2020 IST

ନୂଆଦିଲ୍ଲୀ ୨୬।୫: ପ୍ରଭାବଶାଳୀ ଭାରତୀୟଙ୍କ ସୂଚୀର ୧୦ମ ସ୍ଥାନରେ ଅଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫେମ ଇଣ୍ଡିଆ ପତ୍ରିକା ଓ ଏସିଆ ପୋଷ୍ଟ ପକ୍ଷରୁ ସର୍ଭେକ୍ଷଣରେ ଦେଶର  ୫୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କର ଏକ ସୂଚୀ ପ୍ରସ୍ତୁତ କରାଯାଇଛି। ଏହି ସୂଚୀର ୧୦ମ ସ୍ଥାନରେ ନବୀନ ଥିବା ବେଳେ ପ୍ରଥମ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

{"id":276418,"width":580,"height":348,"sizeSlug":"large"}

ପ୍ରଭାବଶାଲୀ ବ୍ୟକ୍ତିତ୍ୱଙ୍କ ଏହି ସୂଚୀର ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଥିବା ବେଳେ ତୃତୀୟ ସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ଦେଶର ପ୍ରତିଷ୍ଠିତ ଉଦ୍ୟୋକପତି ରତନ ଟାଟା ଥିବା ବେଳେ ତାଙ୍କ ପଛକୁ  ଅଛନ୍ତି ରିଲାଏନ୍ସଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ। ଷଷ୍ଠ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଥିବା ବେଳେ ସପ୍ତମ ସ୍ଥାନରେ ଆର୍ଟ ଅଫ ଲିଭିଂ ଗୁରୁ ରବିଶଙ୍କର ଅଛନ୍ତି।

{"id":276419,"width":575,"height":575,"sizeSlug":"large"}

କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ସୂଚୀର ଅଷ୍ଟମ ସ୍ଥାନରେ ଥିବା ବେଳେ ନବମ ସ୍ଥାନରେ ଅଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭଲ ଓ ୧୦ମ ସ୍ଥାନରେ ଅଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସୂଚୀର ଏକାଦଶ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ପି.କେ.ମିଶ୍ର ଅଛନ୍ତି। ସେହିପରି ଦ୍ୱାଦଶ ସ୍ଥାନରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତ୍ରୟୋଦଶତମ ସ୍ଥାନରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ।

{"id":276420,"width":578,"height":529,"sizeSlug":"large"}

ଏହି ସୂଚୀର ବିଂଶତମ ସ୍ଥାନରେ ପତଞ୍ଜଳୀର ସଂସ୍ଥାପକ ତଥା ଯୋଗ ଗୁରୁ ରାମଦେବ ଥିବା ବେଳେ ତାଙ୍କ ପଛକୁ ୨୧ତମ ସ୍ଥାନରେ ଅଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କେନ୍ଦ୍ର ଗୃହସଚିବ ଅଜୟ ଭଲ୍ଲା ପ୍ରଭାଶାଳୀ ଭାରତୀୟଙ୍କ ସୂଚୀର ୨୯ତମ ସ୍ଥାନରେ ଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ସୂଚୀର ୩୦ତମ ସ୍ଥାନରେ ଅଛନ୍ତି।  ବିଜେପି ଜାତୀୟ ସଭାପତି ଏହି ସୂଚୀର ସପ୍ତଦଶତମ ସ୍ଥାନରେ ଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଅଷ୍ଟାଦଶତମ ସ୍ଥାନରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.