Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

କରୋନା ଲକଡାଉନ୍ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ: ନବୀନ କହିଲେ-‘ଦିନେ ଭୋକର ଭୂଗୋଳରେ ନିଜ ସ୍ଥାନ ରଖିଥିବା କଳାହାଣ୍ଡି ଆଜି ବିକାଶର ମଡେଲ ସାଜିଛି’

14/01/2021 at 6:41 PM

କଳାହାଣ୍ଡି ୧୪/୦୧ : ଗୁରୁବାର, ଜାନୁଆରୀ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିଛନ୍ତି। କଳାହାଣ୍ଡି ଗସ୍ତରେ ଯାଇ ଉପର ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ନବୀନ। କରୋନା ଲକଡାଉନ ପରେ ମୁଖ୍ୟମନ୍ତ୍ରୀଙ୍କର ଏହା ଥିଲା ପ୍ରଥମ ଗସ୍ତ। ଏହି ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା ଏବେ ୯୦ଟି ଗାଁ ଉପକୃତ ହେବେ। କଳାହାଣ୍ଡି ଗରିବୀରର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ। 

ବାଜୁଛି ଢୋଲ ନିଶାନା। ପଡୁଛି ଇନ୍ଦ୍ରାବତୀର ଜୟକାର। ଆଉ ଏହି ଉତ୍ସବମୟ ପରିବେଶ ଭିତରେ ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପରୁ ବହିଥିଲା ପ୍ରଥମ ପାଣି। କିଏ ଫୁଲ ପକାଉଛି ଆଉ କିଏ କରୁଛି ଇନ୍ଦ୍ରାବତୀର ବନ୍ଦନା। ସ୍ବାଗତ କରୁଛନ୍ତି ପ୍ରକଳ୍ପରୁ ଗଡ଼ିଥିବା ପ୍ରଥମ ପାଣିକୁ। ଏହି ପାଣି କଳାହାଣ୍ଡି ବିକାଶର ସନ୍ଦେଶ ନେଇ ଆସିଛି। ଏହି ପାଣି ଚାଷୀ ମୁହଁରେ ହସ ଆଣିଛି। ଆଉ ଏହି ବିକାଶର ମଡ଼େଲର ବାର୍ତ୍ତା ଜନସାଧାରଣଙ୍କ ନିକଟକୁ ନେଇ ସେଠାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୭୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ।  ଲକଡାଉନ ପରେ ମୁଖ୍ୟମନ୍ତ୍ରୀଙ୍କର ଥିଲା ପ୍ରଥମ ସାଧାରାଣ କାର୍ଯ୍ୟକ୍ରମ।

ଆଉ କଳାହାଣ୍ଡିରେ ବିକାଶର ଧାରା ଦେଖି ଅଭିଭୁତ ହୋଇଥିଲେ ନବୀନ। କହିଥିଲେ ଦିନେ ଭୋକର ଭୂଗୋଳରେ ନିଜ ସ୍ଥାନ ରଖିଥିବା କଳାହାଣ୍ଡି ଆଜି ବିକାଶର ମଡେଲ ହୋଇଛି। ଓଡ଼ିଶାର ଭାତହାଣ୍ଡି ହୋଇଛି କଳାହାଣ୍ଡି। ୧୦ଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଯୋଗାଉଛନ୍ତି, କଳାହାଣ୍ଡି ଏକାକି ସେତିକି ଚାଉଳ ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହିତ କଳାହାଣ୍ଡିକୁ ବିଜୁ ପଟ୍ଟନାୟକଙ୍କ କଳାହାଣ୍ଡି ସହ ଥିବା ସଂପର୍କର ସ୍ମୃତି ଚାରଣ କରିଥିଲେ।

ଜୟପାଟଣା ବ୍ଲକ ମଙ୍ଗଳପୁରରେ ଉପର ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ସହିତ ମୁଖ୍ୟମନ୍ତ୍ରୀ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ୫୪ଟି ପ୍ରକଳ୍ପର ସେ ଉଦ୍ ଘାଟନ କରିଥିବା ବେଳେ, ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଯେଉଁଥିରେ ଫୁଡ ପାର୍କ, ନୂଆ ବିଦ୍ୟୁତ ଫିଡର ଲାଇନ, ଭବାନୀପାଟଣାରେ ନୂଆ ବସଷ୍ଟାଣ୍ଡ, ରାସ୍ତାଘାଟ, ସେତୁ ଆଦି ପ୍ରକଳ୍ପ ରହିଛି।

କଳାହାଣ୍ଡିରେ ଇନ୍ଦ୍ରାବତୀ ମ୍ୟୁଜିଅମ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେଉଁଠାରେ କଳାହାଣ୍ଡି ବିକାଶର କାହାଣୀ ସ୍ଥାନ ପାଇବ। ସଭାରେ ୧୫ ମନ୍ତ୍ରୀ,୭୦ରୁ ଅଧିକ ବିଧାୟକ ଙ୍କ ସମେତ ସରକାରଙ୍କ ବିଭିନ୍ନ ନିଗମର ଅଧ୍ୟକ୍ଷ ଯୋଗ ଦେଇଥିଲେ ।

ଜୟପାଟଣା ମଗଂଳପୁର ପମ୍ପ ହାଉସ ପରିସରରେ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସଭାରେ ୨୫ ଶହ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଚାଷୀ ସାମିଲ ହୋଇଥିଲେ। ଜିଲ୍ଲାର ୩୧୦ ଟି ପଞ୍ଚାୟତରେ ଏଲଇଡି ମାଧ୍ୟମ ରେ କାର୍ଯ୍ୟକ୍ରମର ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଥିଲା ।

ଏହି ଜଳସେଚନ ପ୍ରକଳ୍ପ ଦ୍ବାରା ଧର୍ମଗଡ଼ ଓ କୋକସରା ବ୍ଲକର ୨୫ ହଜାର ୨୭୫ ହେକ୍ଟର ଜମିକୁ ଜଳସେଚନ କରାଯାଇପାରିବ। ଯାହାକୁ ନେଇ ଚାଷୀମାନେ ବେଶ୍ ଖୁସି ବ୍ୟକ୍ତ କରିଥିଲେ।

ସ୍ବାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ସାରା ଦେଶରେ Best Performing District ହୋଇପାରିଛି ।

   Related Posts