ଭଦ୍ରକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାର ୮୬ ପ୍ରତିଶତ ଲୋକେ ହେବେ ଉପକୃତ

Published By : Prameya-News7 Bureau | November 26, 2021 IST

ଭଦ୍ରକ ୨୬/୧୧: ଭଦ୍ରକ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଛନ୍ତି । ଭଦ୍ରକ ସହରର ନେହେରୁ ଷ୍ଟାଡିୟମଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ଏହି କାର୍ଡ଼ ବଣ୍ଟନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ 5ଟି ସଚିବ ଭର୍ଚୁଆଲି ଉପସ୍ଥିତ ଥିବା ବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ , ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ବ୍ୟମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସହ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ଜିଲ୍ଲାର ହିତାଧିକାରୀ ଉପସ୍ଥିତ ରହିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଭଦ୍ରକ ଜିଲ୍ଲାର ୩ ଲକ୍ଷ ୨୬ ହଜାର ୧୯୨ ଜଣ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯିବ ।

ଏହି କାର୍ଡରେ ଜିଲ୍ଲାର ୧୧ ଲକ୍ଷରୁ ଅଧିକ ଲୋକେ ଉପକୃତ ହେବେ । ଜିଲ୍ଲାର ୭ ବ୍ଲକ, ଦୁଇଟି ପୌରପାଳିକା , ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗୋଟିଏ ସପ୍ତାହ ମଧ୍ୟରେ ସମସ୍ତ କାର୍ଡ ବଣ୍ଟନ କରାଯିବ । ଜିଲ୍ଲାର ୨୭୮ ଟି କାଉଣ୍ଟରରେ ଏହି କାର୍ଡ ବଣ୍ଟନ ହେବ ।

{"id":550472,"width":643,"height":359,"sizeSlug":"full","linkDestination":"none"}

ଭଦ୍ରକ ଜିଲ୍ଲାର ଜନସଂଖ୍ୟାର ୮୬ ପ୍ରତିଶତ ବାସିନ୍ଦା ଏହି କାର୍ଡ ମାଧ୍ୟମରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବେ । ରାଜ୍ୟର ୧୮୩ ଓ ରାଜ୍ୟ ବାହାରର ବହୁ ଘରୋଇ ହସ୍ପିଟାଲରେ ମଧ୍ୟ ସେବା ମିଳିବ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ଉନ୍ନତ୍ତିକରଣ ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.