Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଚଳିତ ନିର୍ବାଚନରେ ନବୀନଙ୍କ ପ୍ରଚାର ଶୈଳୀ ଥିଲା ସମ୍ପୂର୍ଣ୍ଣ ଭିନ୍ନ ଓ ନିଆରା, ଜାଣନ୍ତୁ କ’ଣ କ’ଣ କରିଥିଲେ ନବୀନ

21/05/2019 at 5:42 PM

ଭୁବନେଶ୍ବର୨୧|୫; ୨୦୧୯ ନର୍ବାଚନ ସରିବାପରେ ଏବେ ଗଣତିକୁ ଆଉ ମାତ୍ର ଦିନଟିଏ ବାକି ଅଛି । ୨୩ ତାରିଖ ପରେ ଆରମ୍ଭ ହେବ ନୂଆ ସରକାରଗଠନ ପ୍ରକ୍ରୀୟା । ବିଭିନ୍ନ ଏକଜିଟ ପୋଲ ଅନୁସାରେ ପୁଣି କେନ୍ଦ୍ରରେ ମୋଦି ଏବଂ ରାଜ୍ୟରେ ନବୀନ ଶାସନକୁ ଫେରିବେ । ଅର୍ଥାତ ୫ମଥର ପାଇଁ ପୁଣି ନବୀନ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି ।

ତେବେ ପୂର୍ବ ନିର୍ବାଚନ ଅପେକ୍ଷା ଏଥର ନିର୍ବାଚନରେ ଅନେକ କିଛି ଘଟଣା ନୂଆ ଥିଲା । ୨୦୦୦ରୁ ଲଗାତର ୪ ଚାରି ଥର ନିର୍ବାଚନ ଜିତି କ୍ଷମତାକୁ ଆସିଥିବା ବିଜେଡି ସୁପ୍ରିମୋଙ୍କ ଏଭଳି ପ୍ରଚାର ସାମ୍ନାକୁ ଆସିନଥିଲା, ଯାହା ୧୯ ନିର୍ବାଚନରେ ଦେଖିବାକୁ ମିଳିଥିଲା । ହେଲିକପ୍ଟରରେ ବୁଲି ବିଭିନ୍ନ ସ୍ଥାନରେ ସଭା କରିବା ବଦଳରେ ନବୀନ ଏଥର ହାଇଟେକ୍‌ ବସ୍‌ରେ ପ୍ରଚାରକୁ ଓହ୍ଲାଇଥିଲେ । ପ୍ରଥମ ଥର ପାଇଁ ରାଜ୍ୟର ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ବୁଲିଥିଲେ ନବୀନ।

୨୦୦୦ରୁ ଲଗାତର ୪ ଚାରି ଥର କ୍ଷମତାକୁ ଆସିଥିବା ନବୀନ ୧୯ ନିର୍ବାଚନରେ କିନ୍ତୁ ନିଜ ପ୍ରଚାର ଷ୍ଟାଇଲ ବଦଳାଇଥିଲେ । ପୂର୍ବଭଳି ହେଲିକପ୍ଟରରେ ଉଡ଼ି ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରିବା ଛାଡ଼ି  ଏଥର ସିଧାସଳଖ ମଇଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ । ନିର୍ବାଚନର ପର୍ଯ୍ୟାୟ ଯେତିକି ବେଗରେ ଆଗକୁ  ବଢ଼ୁଥିଲା,  ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଆଉ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ସେତିକି ବେଗରେ  ଗଡ଼ୁଥିଲା ନବୀନଙ୍କ ହାଇଟେକ୍‌ ବସ ।

ସଭାମଞ୍ଚ ନୁହେଁ, ବରଂ ବସ୍‌ର ଖୋଲା ଛାତ ଉପରୁ ଲୋକଙ୍କୁ ସମ୍ବୋଧନ କରୁଥିଲେ ନବୀନ । ବସ ଭିତରୁ ମାଇକ୍‌ରେ ଭୋଟରଙ୍କୁ ଭୋଟ୍‌ ଅପିଲ୍‌ ବି କରୁଥିଲେ । ଯାହାକୁ ନେଇ ସେତେବେଳେ ଖୁବ୍‌ ଚର୍ଚ୍ଚା ମଧ୍ୟ ହେଉଥିଲା । ଆଉ ସବୁଠୁ ଅଧିକ ଚର୍ଚ୍ଚା ସାଉଣ୍ଟିଥିଲେ ଏଥରର ନବୀନଙ୍କ ନୂଆ ନିର୍ବାଚନୀ ଡାଏଲଗ୍‌ ‘ମୁଁ ଆପଣଙ୍କ ପାଖକୁ ଆସିଛି, ଆପଣମାନେ ଖୁସି ତ, ମୁଁ ବି ଖୁସି’ ।

ଏଥର ନିର୍ବାଚନରେ ନୂଆ କଥା ଥିଲା ବିଜେଡି ପାଇଁ ଭୋଟ୍‌ ମାଗିବାକୁ ଖୋଦ୍‌ ପାର୍ଟି ସୁପ୍ରିମୋଙ୍କୁ ଲୋକଙ୍କ ପାଖକୁ ଯିବାକୁ ପଡ଼ିଥିଲା । ଏମିତି କରି ବିଜେଡି ଲୋକଙ୍କ ପାଖରେ ଅଛି, ମୁଖ୍ୟମନ୍ତୀ ଲୋକଙ୍କ ସହ ଅଛନ୍ତି, ସେଇ ବାର୍ତ୍ତା ଦେବାକୁ ଚାହୁଁଥିଲେ ନବୀନ । ସଭା କମ୍‌ ବରଂ ରୋଡ୍‌ ଶୋ’ ଅଧିକ ଥିଲା । କାରଣ କମ୍‌ ସମୟ ଭିତରେ ଅଧିକରୁ ଅଧିକ ଅଂଚଳ ବୁଲିବାକୁ ଚେଷ୍ଟା କରୁଥିଲେ ବିଜେଡି ସଭାପତି ।

ଲୋକଙ୍କ ସହ ସିଧା ସଳଖ ଯୋଡ଼ି ହେବା ପାଇଁ ଏହି ଅତ୍ୟାଧୁନିକ ବସ ବିଜେଡି ସୁପ୍ରିମୋ ପାଇଁ ବଡ଼ ବ୍ରହ୍ମାସ୍ତ୍ର ହୋଇଥିଲା । ରୋଡ୍‌ ଶୋ’ ବେଳେ ମଝିରେ ମଝିରେ ଜନଗହଳିପୂର୍ଣ୍ଣ ସ୍ଥାନରେ ରହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଅପିଲ୍‌ କରୁଥିଲେ ନବୀନ । ବସ କ୍ୟାବିନରେ ଥିବା ଷ୍ଟେଜ୍‌ ୫ଫୁଟ୍‌ ଉପରକୁ ଉଠିବା ପରେ ବସର ଛାତ ଉପରୁ ଠିଆ ହୋଇ ଲୋକଙ୍କୁ ସମ୍ବୋଧିତ କରୁଥିଲେ । 

ମୋବାଇଲ୍‌ ଭ୍ୟାନ୍‌ରେ ବୁଲୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମଧ୍ୟ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଥିଲା । ବିଜେପି କଂଗ୍ରେସର ଷ୍ଟାର କ୍ୟାମ୍ପେନର ସାଜିଥିବା କେନ୍ଦ୍ରୀୟ ନେତାଙ୍କୁ ପ୍ରଚାରରେ ଟକ୍କର ଦେବାକୁ ବିଜେଡିର ଓ୍ବାନ୍‌ ଆଣ୍ଡ ଓନଲି ନବୀନ ହିଁ ଥିଲେ ଷ୍ଟାର କ୍ୟାମ୍ପେନର ।  ଆଉ ଦଳ ପାଇଁ ପୂରା ପ୍ରଚାରର ମଙ୍ଗ ଧରିଥିଲେ ।  ଏମିତିକି  ପୂର୍ବରୁ ପ୍ରଚାର ବେଳେ ରାତିରେ କୌଣସି ଯାଗାରେ ରହୁନଥିବା ନବୀନଙ୍କୁ ଏଥର କିନ୍ତୁ ବିଭିନ୍ନ ସ୍ଥାନରେ ରାତ୍ରିଯାପନ କରିବା ମଧ୍ୟ ଦେଖିବାକୁ ମିଳିଥିଲା ।  କଳାହାଣ୍ଡି ସମ୍ବଲପୁର ଏବଂ କେନ୍ଦ୍ରାପଡ଼ାରେ  ନିର୍ବାଚନ ପ୍ରଚାର ବେଳେ ରାତିରେ ରହିଥିଲେ । 

ନବୀନଙ୍କ ଶୀତତାପ ନିୟନ୍ତ୍ରିତ ବସରେ ଦଳୀୟ ନେତାଙ୍କ ସହ ବୈଠକ ଠାରୁ ଆରମ୍ଭ କରି ଲଞ୍ଚ ଟେବୁଲ୍‌ ବିଶ୍ରାମ ପାଇଁ ବେଡ୍‌ ହାଇଟେକ୍‌ ବ୍ୟବସ୍ଥା ହୋଇଥିଲା ।  ଆଉ ବସର ବାହାର ପଟେ ହକି ବିଶ୍ବକପ ଆୟୋଜନ ଠାରୁ ଆରମ୍ଭ କରି ୫ବର୍ଷ ଭିତରେ ସରକାର କରିଥିବା ବିକାଶମୂଳକ କାର୍ଯ୍ୟର ବ୍ରାଣ୍ଡିଂ ମଧ୍ୟ କରାଯାଇଥିଲା । ସମୟ ବଦଳିବା ସହ ବଦଳିଥିଲା ନବୀନଙ୍କ ପ୍ରଚାର ଷ୍ଟାଇଲ୍‌ । ଆଉ ୧୯ ନିର୍ବାଚନକୁ ଖୁବ୍‌ ସିରିୟସ୍‌ଲି ନେଇଥିବା ନବୀନ ଏଥର ପ୍ରଚାର ପାଇଁ ଆପଣାଇଥିଲେ ଏଭଳି ହାଇଟେକ୍‌ ଫର୍ମୁଲା ।

   Related Posts