ଫାଇଟରଙ୍କୁ ସମ୍ମାନ ଜଣାଇ ଘଣ୍ଟ ବଜାଇଲେ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ଭିଡିଓ
22/03/2020 at 7:05 PM

ଭୁବନେଶ୍ୱର, ୨୨|୦୩: ରବିବାର ତଥା ମାର୍ଚ୍ଚ ୨୨ ତାରିଖରେ ସାରା ଭାରତ ବର୍ଷ ଜନତା କର୍ଫ୍ୟୁ ପାଳନ କରୁଛି। କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଏହି ଜନତା କର୍ଫ୍ୟୁକୁ ଜନତା ବିପୁଳ ମାତ୍ରାରେ ସମର୍ଥନ କରିଛନ୍ତି। କେବଳ ଜନତା ନୁହେଁ ନେତା, ରାଜନେତା, ବଲିଉଡ୍ ସେଲିବ୍ରିଟି ମଧ୍ୟ ଏହାକୁ ପାଳନ କରିଛନ୍ତି।
ଜନତା କର୍ଫ୍ୟୁ ସମୟରେ ମୋଦୀ ସନ୍ଧ୍ୟା ୫ଟା ସମୟରେ କରୋନା ବିରୋଧରେ ଲଢେଇ କରୁଥିବା ଫାଇଟରଙ୍କ ଉଦ୍ଦେଶ୍ୟରେ ତାଳି, ଘଣ୍ଟ ମାରି କୃତଜ୍ଞତା ଜଣାଇବାକୁ କହିଥିଲେ। ଯାହାକୁ ସମସ୍ତେ ସମର୍ଥନ କରିବା ସହ ତାଳି ମଧ୍ୟ ମାରିଛନ୍ତି। ଓଡିଶାବାସୀ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ସମସ୍ତେ ନିଜ ନିଜ ଘରେ ତାଳି, ଘଣ୍ଟ ଆଦି ବଜାଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଣ୍ଟ ବଜାଇଛନ୍ତି। ସେ ନିଜ ବାସଭବନ ଛାତ ଉପରେ ଘଣ୍ଟ ବଜାଇଥିଲେ। ଡାକ୍ତର, ପୋଲିସ କର୍ମୀ, ଯବାନ, ଗଣମାଧ୍ୟମ ସଦସ୍ୟଙ୍କ ଉଦ୍ଦେଶ୍ୟରେ ସେ ଘଣ୍ଟ ବଜାଇଥିବା ନିଜ ଟ୍ୱିଟର ପେଜରେ ଉଲ୍ଲେଖ କରିବା ସହ ଭିଡିଓ ମଧ୍ୟ ସେୟାର କରିଛନ୍ତି।