Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ବିଜେଡିର ପ୍ରତିଷ୍ଠା ଦିବସରେ କେନ୍ଦ୍ର ସରକାରଙ୍କୁ ନବୀନଙ୍କ ୯ଟି ପ୍ରଶ୍ନ

26/12/2018 at 1:01 PM

ଭୁବନେଶ୍ବର ୨୬|୧୨: ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ସରକାଙ୍କୁ ୯ଟି ପ୍ରଶ୍ନ ପଚାରି ତାର ଜବାବ ମାଗିଛନ୍ତି ନବୀନ ।

ରାଜ୍ୟରେ ଜାତୀୟ ରାଜପଥର ସ୍ଥିତି ଏମିତି ଯେ ଲୋକେ ଏହି ରାସ୍ତାରେ ଗଲାବେଳେ କେବଳ ଭଗବାନଙ୍କ ଭରସାରେ ଯାଉଛନ୍ତି। ଉପକୂଳ ରାଜପଥ ଅବସ୍ଥା କ’ଣ ହେବ ତାହା ଜଣା ନାହିଁ। ଭାରତ ସରକାରଙ୍କ ସବୁଠୁ ବଡ ଟେଲିକମ୍ ସଂସ୍ଥା ବିଏସଏନଏଲ । ଗାଁରେ ପହଞ୍ଚୁନାହିଁ ବିଏସଏନଏଲ ନେଟଓ୍ବର୍କ । ଫଳରେ ଗଛ ଉପରେ କୋଠା ଉପରେ ଚଢି ମୋବାଇଲରେ କଥା ହେବାକୁ ପଡୁଛି । ରେଳବାଇର  ଉନ୍ନତି ହେଉନାହିଁ ।  ରାଜ୍ୟ ସରକାର କେନ୍ଦ୍ରକୁ ଜମି ଦେଲେ ବି କାମ ଆଗକୁ ବଢୁନାହିଁ । ଆଗମୀ ଦିନରେ ପିଲା କେବଳ ଇତିହାସରେ ଖୋର୍ଦ୍ଧା-ବଲାଙ୍ଗୀର କଥା ପଢିବେ । ବିମୂଦ୍ରାକରଣ ପାଇଁ ଲୋକେ ହଇରାଣ ହେଲେ କିନ୍ତୁ ଏଯାଏଁ ମଧ୍ୟ ରାଜ୍ୟର ଅଧିକାଂଶ ଜାଗାରେ ବ୍ୟାଙ୍କିଂ ସୁବିଧା ଲୋକଙ୍କୁ ସଠିକ୍ ଭାବରେ ମିଳିପାରୁ ନାହିଁ । ଚାଷୀଙ୍କୁ ସଠିକ୍ ସମୟରେ ସହାୟତା କି ଉଚିତ୍ ମୂଲ୍ୟ ମିଳିପାରୁନାହିଁ । କାରଣ କେନ୍ଦ୍ର ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କଲେନାହିଁ । ମହାନଦୀ, ପୋଲାଭରମ୍ ପ୍ରସଙ୍ଗରେ ଆମେ କୋର୍ଟକୁ ଯାଇଛୁ , ରାଜ୍ୟର ହକ୍ ପାଇଁ ଆମର ଲଢେଇ ଜାରି ରହିଛି । ଖଣି ଟଙ୍କା ନେଇ କେନ୍ଦ୍ର ପ୍ରଦୂଷଣ ଦେଉଛି ବୋଲି ନବୀନ କହିଛନ୍ତି । ୨୦୧୫ରେ ଖଣି ରୟାଲଟିର ରିଭିଜନ ହେବା କଥା । ଏଯାଏଁ କାହିଁକି ହେଲା ନାହିଁ  ବୋଲି ପ୍ରଶ୍ନ କରିଛନ୍ତି ନବୀନ । ଆଦିବାସୀ ଅଞ୍ଚଳ ପାଇଁ ମିଳୁଥିବା ଅନୁଦାନ ବନ୍ଦ କରିଦେଲେ । ଏସ୍‌ସି-ଏସ୍‌ଟିଙ୍କୁ ଷ୍ଟାଇପେଣ୍ଡ ପ୍ରସଙ୍ଗ ବି ଉଠାଇଛନ୍ତି ନବୀନ । ଦୁଇ ବର୍ଷ ହେଲା କେନ୍ଦ୍ର ଏସସି/ଏସଟି ପିଲାଙ୍କ ଷ୍ଟାଇପେଣ୍ଡ ମଧ୍ୟ ଦେଉନାହାଁନ୍ତି । ସେହିଭଳି ଅର୍ଥନୈତିକ ସାଧୀନତା ବି ମାଗିଛନ୍ତି ନବୀନ । ସେ କହିଛନ୍ତି, ଆମକୁ ସ୍ୱତନ୍ତ୍ର  କ୍ୟାଟେଗୋରୀ ଦରକାର ନାହିଁ । ଆମ ଅର୍ଥରେ ଆମେ  ଚଳିପାରିବୁ ବୋଲି କହିଛନ୍ତି ନବୀନ । ଉଜ୍ଜ୍ୱଳା ଯୋଜନାରେ ବି କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ନବୀନ କହିଛନ୍ତି କି, ମାଆ ମାଉସୀମାନଙ୍କ ପାଇଁ କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଛନ୍ତି ହେଲେ ଏହାର କେବଳ ପ୍ରଚାର ବଢିଛି ବଡ ବଡ ହୋର୍ଡିଂ ମାନ ଲାଗିଛି ସତ କିନ୍ତୁ ଦର ବୃଦ୍ଧି ପାଇଁ ରିଫିଲିଂ କରାଯାଉନି ।

   Related Posts