Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ନବୀନଙ୍କ ପଞ୍ଚମ ପାଳିର ମନ୍ତ୍ରିମଣ୍ଡଳ : ପ୍ରଫୁଲ୍ଲ ମଲ୍ଲିକ ସବୁଠୁ କ୍ଷମତାଶାଳୀ ମନ୍ତ୍ରୀ, ଦ୍ବିତୀୟରେ ନିରଞ୍ଜନ

29/05/2019 at 5:23 PM

ଭୁବନେଶ୍ବର ୨୯|୫: ଲଗାତାର ୫ମ ଥର ପାଇଁ ଶଙ୍ଖନାଦ କରିବା ସହ ରାଜ୍ୟ ଶାସନର ସର୍ବୋଚ୍ଚ ସିଂହାସନରେ ନବୀନ ଅଧିସିକ୍ତ ହୋଇଛନ୍ତି  । ନବୀନଙ୍କ ସହ ୨୦ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେଇଛି । ନବୀନଙ୍କ ମନ୍ତ୍ରିମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ସବୁଠାରିୁ ଶକ୍ତିଶାଳୀ ମନ୍ତ୍ରୀ ବୋଲି ବିବେଚନା କରାଯାଉଛି । ପ୍ରଫୁଲ୍ଲ ମଲ୍ଲିକଙ୍କୁ ଖଣି, ଇସ୍ପାତ, ପୂର୍ତ୍ତ ବିଭାଗ ସାଙ୍ଗକୁ ତାଙ୍କୁ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ମଧ୍ୟ ପ୍ରଧାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ବିଭାଗ ନିଜ ପାଖରେ ରଖିତିବାବେଳେ ପ୍ରଫୁଲ୍ଲଙ୍କୁ  ଏହି ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ଦିଆଯାଇଛି । ଦ୍ବିତୀୟ ନମ୍ବରରେ ରହିଛନ୍ତି ନିରଞ୍ଜନ ପୂଜାରୀ ।  ଅର୍ଥ ଓ ଅବକାରୀ ବିଭାଗ ନିରଞ୍ଜନ ପୂଜାରୀଙ୍କୁ ମିଳିଥିବା ବେଳେ ବହୁଚର୍ଚ୍ଚିତ କୃଷି ବିଭାଗ ଏଥର ମିଳିଛି ଅରୁଣ ସାହୁଙ୍କୁ।

ପଞ୍ଚମ ଇଂନିସ ଆରମ୍ଭ କଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବୀନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜଭବନ ବାହାରେ ଏହା ହେଉଛି ନବୀନଙ୍କ ପ୍ରଥମ ଶପଥଗ୍ରହଣ ସମାରୋହ । ମୁଖ୍ୟମନ୍ତ୍ରୀ ନିଜ ପାଖରେ ସାଧାରଣ ପ୍ରଶାସନ, ଗୃହ, ବିଭାଗ ନିଜ ପାଖରେ ରଖିଛନ୍ତି ।   

ନବୀନଙ୍କ ସହ ୨୦ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେଇଛି । ଯେଉଁଥିରେ ୧୧ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ସାମିଲ ଅଛନ୍ତି । କ୍ୟାବିନେଟ୍ ମନ୍ତ୍ରୀ ଭାବେ ଯେଊଁମାନେ ଶପଥ ନେଇଛନ୍ତି ସେମାନଙ୍କ ମଧ୍ୟରେ ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ଅବକାରୀ, ବିକ୍ରମ କେଶରୀ ଆରୁଖଙ୍କୁ ଜଙ୍ଗଲ ପରିବେଶ ଓ ସଂସଦୀୟ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ, ପ୍ରତାପ ଜେନା, ପଞ୍ଚାୟତି ରାଜ, ପାନୀୟ ଜଳ ଯୋଗାଣ , ଆଇନ ଓ ନଗର ଉନ୍ନୟନ୍ନ ବିଭାଗ, ଅରୁଣ ସାହୁଙ୍କୁ କୃଷି କୃଷକ ସଶକ୍ତିକରଣ, ମତ୍ସ୍ୟ ପଶୁ ସଂପଦ ସହିତ ଉଚ୍ଚ ଶିକ୍ଷା ବିଭାଗ ମିଳିଛି। ସୁଦାମ ମାରାଣ୍ଡି ରାଜସ୍ବ ବିପର୍ଯ୍ୟ ପରିଚାଳନା, ସୁଶାନ୍ତ ସିଂହ ଗ୍ରାମ୍ୟ ଉନ୍ନୟନ ସହିତ ଶ୍ରମ ବିଭାଗ ମିଳିଛି। ନବ କିଶୋର ଦାସଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଟୁକୁନି ସାହୁଙ୍କୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦିଆଯାଇଛି।

୯ ଜଣ ରାଷ୍ଟ୍ରପାହ୍ୟା ଭାବେ ଶପଥ ନେଇଛନ୍ତି । ଜଗନ୍ନାଥ ସରକା ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ପଛୁଆବର୍ଗ କଲ୍ୟାଣ, ଦିବ୍ୟଶଙ୍କର ମିଶ୍ର ଶକ୍ତି ଶିଳ୍ପ ଓ ଏମଏସଏମଇ ବିଭାଗ, ସମୀର ଦାଶ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପର୍ଯ୍ୟଟନ ଓଡ଼ିଆ ଭାଷ ସାହିତ୍ୟ ଓ ସଂସ୍କୃତି, ପ୍ରେମାନନ୍ଦ ନାୟକ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଅଶୋକ ପଣ୍ଡା ବିଜ୍ଞାନ ଓ କାରିଗରୀ, ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ, ରଘୁନନ୍ଦନ ଦାସ, ଜଳସଂପଦ ଓ ସୂଚନା ଓ ଲୋକସଂପର୍କ ବିଭାଗ, ପଦ୍ମିନୀ ଦିଆନ ହସ୍ତତନ୍ତ ବୟନ, ତୁଷାରକାନ୍ତି ବେହେରା କ୍ରୀଡ଼ା ଯୁବବ୍ୟାପାର ଓ ଆଇଟି ଏହା ସହ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗୃହ ବିଭାଗର ରାଷ୍ଟ୍ରପାହ୍ୟା ଅତିରିକ୍ତ ଭାବେ ଦାୟିତ୍ବ ଦିଆଯାଇଛି।  

ନବୀନଙ୍କ ଏହି ପଞ୍ଚମ ପାଳିରେ ୨୦ ମନ୍ତ୍ରୀରୁ ୧୦ ଜଣଙ୍କୁ ନୂଆ କରି ସୁଯୋଗ ମିଳିଛି । ଟୁକୁନି ସାହୁ ଓ ନବ ଦାସ ପ୍ରଥମ ଥର ମନ୍ତ୍ରୀ ହେବାର ସୁଯୋଗ ପାଇଥିବା ବେଳେ ସିଧା କ୍ୟାବିନେଟ ପାହ୍ୟା ମିଳିଛି। ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା ପ୍ରଥମଥର ଜିତି ମନ୍ତ୍ରୀ ହୋଇଛନ୍ତି। 

   Related Posts