Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ପଶ୍ଚିମବଙ୍ଗରୁ ଓଡ଼ିଶା: ବରପୁତ୍ରଙ୍କୁ ନେଇ ଚଳଚଞ୍ଚଳ ପଲିଟିକାଲ୍ କରିଡର୍, ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ନବୀନ, ଧର୍ମେନ୍ଦ୍ର

23/01/2021 at 7:39 PM

ଭୁବନେଶ୍ୱର ୨୩/୦୧ : ପୂର୍ବରୁ ଅନେକ ସ୍ବାଧୀନତା ସଂଗ୍ରାମୀ ତଥା ବରପୁତ୍ରମାନଙ୍କୁ ନେଇ ରାଜନୀତି ହେବାର ଅନେକ ନଜିର ରହିଛି । ଏଥିରେ ନୂଆ କଥା କିଛି ନାହିଁ । ତଥାପି  ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ପଶ୍ଚିମବଙ୍ଗ ଠାରୁ ଓଡ଼ିଶା ପର୍ଯ୍ୟନ୍ତ ରାଜନୀତିର ଭିନ୍ନ ରୂପ ଚର୍ଚ୍ଚାକୁ ଖୋରାକ୍‌ ‌ ଯୋଗାଇଛି ।

କୋଲକାତାରେ ସିଏମ ମମତା ବାନାର୍ଜୀ ଓ ପିଏମ ମୋଦିଙ୍କ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଦିନ ତମାମ ଚଳଚଞ୍ଚଳ ଥିଲା ପଲିଟିକାଲ କରିଡର ।

ପଶ୍ଚିମବଙ୍ଗରୁ ଓଡ଼ିଶା । ବରପୁତ୍ରଙ୍କୁ ନେଇ ଦିନ ତମାମ  ଚଳଚଞ୍ଚଳ ପଲିଟିକାଲ କରିଡର । କୋଲକତାରେ ଭିନ୍ନ ଭିନ୍ନ ଅନ୍ଦାଜରେ  ପିଏମ ମୋଦିଙ୍କ ପରାକ୍ରମ ଦିବସ ବନାମ ସିଏମ ମମତାଙ୍କ ଦେଶ ନାୟକ ଦିବସ ପାଳନ । ଏପଟେ ଓଡ଼ିଶାରେ ମଧ୍ୟ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ  ରାଜ୍ୟ ରାଜନୀତିରେ କିଛି କମ୍‌ ଆକ୍ଟିଭିଟି ଦେଖିବାକୁ ମିଳିନଥିଲା ।

ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଭୁବନେଶ୍ବରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ କଟକରେ ନେତାଜୀଙ୍କ ନାଁ ହେବାକୁ ଥିବା ନୂଆ ବସ୍‌ ଟର୍ମିନାଲର ଶିଳାନ୍ୟାସ କରିଥିଲେ ।  ଏଥି ସହ ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କର ସ୍ମୃତି ଚାରଣ କରିଥିଲେ ।  

ଏଥି  ସହ କଟକସ୍ଥିତ ନେତାଜୀ ଭବନରେ ଏହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ ଯେତେବେଳେ ବି ସେ ଏହି ସ୍ଥାନକୁ ଯାଆନ୍ତି, ଭାବୁକ ହୋଇଯାନ୍ତି । ଦେଶ ଓ ଜାତି ପାଇଁ ନେତାଜୀଙ୍କ ଅସୀମ ତ୍ୟାକୁ କେହି କେବେ ଭୁଲି ପାରିବ ନାହିଁ । ଭାରତର ସ୍ବାଧୀନତା ସଂଗ୍ରାମକୁ ଶକ୍ତିଶାଳୀ କରିପାରେ ନେତାଜୀଙ୍କ ଭୁକିକା ଥିଲା ଅତୁଳନୀୟ। ନେତାଜୀଙ୍କ ଦେଶଭକ୍ତି ଓ ସାହସ ଭାରତ ଇତିହାସରେ ଏକ ଗୌରବ ମୟ ଗାଥା ହୋଇ ରହିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ସେପଟେ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ କିଛି କମ୍‌ ନଥିଲା । ଭୁବନେଶ୍ବରରୁ ଆରମ୍ଭ କରି କଟକ, ଝାରସୁଗୁଡ଼ା ପର୍ଯ୍ୟନ୍ତ ସବୁଠି କେନ୍ଦ୍ରମନ୍ତ୍ରୀଙ୍କୁ  ଦେଖିବାକୁ ମିଳିଥିଲା । ଭୁବନେଶ୍ବର ପରେ କଟକରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସିଧା ପଶ୍ଚିମ ଓଡ଼ିଶା ଗସ୍ତ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡ଼ା ଭିଏସଏସ୍‌ ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ବରପୁତ୍ରଙ୍କ ଜନ୍ମସ୍ଥାନ ସମ୍ବଲପୁରର ଖିଣ୍ଡାରେ ପହଞ୍ଚି ତାଙ୍କ ଦାୟଦଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ । ଖିଣ୍ଡାକୁ ଏକ ଆଦର୍ଶ ଗ୍ରାମ କରିବାକୁ ଘୋଷଣା କରିବା ସହ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟିରେ ପ୍ରେରଣା ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ପ୍ରଥମେ ନବୀନଙ୍କ କଳାହାଣ୍ଡି ଗସ୍ତ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝାରସୁଗୁଡ଼ା ଓ ସମ୍ବଲପୁର ଗସ୍ତ ପଶ୍ଚିମ ଓଡ଼ିଶା ରାଜନୀତିକୁ ଚର୍ଚ୍ଚାର ପରିସରକୁ ଟାଣିଛି । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ରେସ୍‌ରେ ପଛରେ ପଡ଼ିନଥିଲେ । ଯୁବପିଢ଼ି ଏହି ବରପୁତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ ପିସିସି ସଭାପତି ।

ପୂର୍ବରୁ ବି ନେତାଜୀ ଜୟନ୍ତୀରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ହେଉଥିଲା । ହେଲେ ଏଥର ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ପଶ୍ଚିବବଙ୍ଗ ଠାରୁ ଓଡ଼ିଶା ସବୁଠି ଯେଭଳି ପଲିଟିକାଲ ଆକ୍ଟିଭିଟି ନଜରକୁ ଆସିଲା ସେଥିରୁ ବରପୁତ୍ରଙ୍କୁ ନେଇ ରାଜନୀତିର ଛାପ ଅଧିକ ଥିଲା ବୋଲି ଅନେକ ଚର୍ଚ୍ଚା କରୁଛନ୍ତି ।

   Related Posts