ଆଜି ସିଲଭର୍ ସିଟିରେ ହେବ ହାଇଭୋଲଟେଜ୍ ଟକ୍କର ; ସଂଧ୍ୟାରେ ନବୀନଙ୍କ ରୋଡ୍ ସୋ’, ବଡମ୍ବାରେ ରୋଡ୍ ସୋ’ କରିବେ ଶାହା

Published By : Prameya-News7 Bureau | April 17, 2019 IST

କଟକ ୧୭।୪: ଆଜି ପ୍ରଚାରରେ କମ୍ପିବ କଟକ । ପ୍ରଚାର ମଇଦାନରେ ହେବ ହାଇଭୋଲଟେଜ୍ ଟକ୍କର । ଗୋଟିଏ ଦିନରେ ବିଜେଡି ଓ ବିଜେପିର ଦୁଇ ହେଭିୱେଟ୍ ଷ୍ଟାର କ୍ୟାମ୍ପେନଙ୍କ ରୋଡ୍ ଶୋ କୁ ନେଇ  କଟକର ନିର୍ବାଚନୀ ମାହୋଲ ସରଗରମ୍ । ଗୋଟିଏ ପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଉ ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ପ୍ରଚାର ମଇଦାନକୁ ଓହ୍ଲାଇବେ । 

ଆଜି ସନ୍ଧ୍ୟାରେ ଉଭୟ ନେତା କଟକରେ ପହଞ୍ଚିବା ପରେ ରୋଡ-ଶୋ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଗୋଟିଏ ଦିନରେ ବିଜେଡି ଓ ବିଜେପିର ଦୁଇ ଷ୍ଟାର୍ କ୍ୟାମ୍ପନରଙ୍କ ପ୍ରଚାରକୁ ନେଇ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ୩୫ପ୍ଲାଟୁନ୍‍ ଫୋର୍ସ ସହ ୨୫ଜଣ ଅଫିସର ମୁତୟନ ରହିବେ । ପୋଲିସ କମିଶନର, ଉଭୟ ଭୁବନେଶ୍ୱର ଓ କଟକ ଡିସିପି, ଅତିରିକ୍ତ ଡିସିପି, ସମସ୍ତ ଜୋନ୍‍ ଏସିପି ଓ ଥାନା ଅଧିକାରୀମାନେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ।

ଉଭୟ ନେତାଙ୍କ ରୋଡ-ଶୋ ଦେଖିବା ପାଇଁ ପ୍ରବଳ ଜନସମାଗମ ହେବା ସହିତ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ରହିଛି। ତେଣୁ ନିର୍ଦ୍ଧାରିତ ରୁଟରେ କାର୍ଯ୍ୟକ୍ରମ ଆରମ୍ଭର ୧ଘଣ୍ଟା ପୂର୍ବରୁ ୱାନ ୱେ ଟ୍ରାଫିକ୍‍ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। ଏହି ସମୟରେ ଯାନବାହନ ଚଳାଚଳ ଉପରେ କଟକଣା କରାଯିବା ସହିତ ଅନ୍ୟ ରୁଟରେ ବୁଲି କରି ଯିବା ପାଇଁ ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.