ଆଜି ନବୀନ ନିବାସ ଘେରିବ ଯୁବ କଂଗ୍ରେସ
4/07/2018 at 6:22 AM

ଆଜି ନବୀନ ନିବାସ ଘେରିବ ଯୁବ କଂଗ୍ରେସ । ବିଶାଳ ରାଲିରେ ବାହାରି ନବୀନ ନିବାସ ଘେରିବେ ଯୁବ କଂଗ୍ରେସ କର୍ମୀ । ଏହାସହ ପିସିସି କାର୍ଯ୍ୟାଳୟରେ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଶା ବଞ୍ଚାଅ, ଭାରତ ବଞ୍ଚାଅ ସମାବେଶ ଅନୁଷ୍ଠିତ ହେବ । ଏଥିରେ ଅଖିଳ ଭାରତ ଯୁବ କଂଗ୍ରେସର ସଭାପତି କେଶବ ଚନ୍ଦ୍ର ଯାଦବ, ଉପସଭାପତି ବି.ଭି ଶ୍ରୀନିବାସ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ବହୁ ଯୁବନେତା ଯେ।ଗଦେବେ । ସମାବେଶରେ ବେକାର ଯୁବକ ଯୁବତୀଙ୍କୁ ଭତ୍ତା, ଚାଷୀଙ୍କୁ ବିନା ସୁଧରେ ଋଣ ପ୍ରଦାନ, କୃଷି ଋଣ ଛାଡ, ଚାଷୀଙ୍କୁ ମାଗଣା ବିଜୁଳି, ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ, ଭାଗଚାଷୀ ଚିହ୍ନଟ, କୃଷିଜାତ ଦ୍ରବ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ ବୃଦ୍ଧି କରିବା ଆଦି ପ୍ରସଙ୍ଗରେ ଆଲେ।ଚନା କରାଯିବ ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
18 January 2021
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ହାତରେ ଲାଗିଛି ଗଭୀର କ୍ଷତ
18 January 2021