କାଲି ପୁଣି ଜମିବ ମୋଦି-ନବୀନ ପଲିଟିକ୍ସ: ବଲାଙ୍ଗିରରେ ମୋଦିଙ୍କ ସଭା ବନାମ ଭୁବନେଶ୍ବରରେ ନବୀନଙ୍କ ଚାଷୀ ସମାବେଶ, ମୋଦିଙ୍କୁ କଂଗ୍ରେସ ପଚାରିଲା ୫ଟି ପ୍ରଶ୍ନ

Published By : Prameya-News7 Bureau | January 14, 2019 IST

ଭୁବନେଶ୍ବର୧୪|୧: କାଲି ପୁଣି ଜମିବ ମୋଦି-ନବୀନ ପଲିଟିକ୍‌ସ । ବଲାଙ୍ଗିର ଗସ୍ତରେ ଆସି ମୋଦି ୧୫୫୦ କୋଟି ଟଙ୍କାର ଉପହାର ଦେବେ । ସେପଟେ ସାରା ରାଜ୍ୟର କୃଷକଙ୍କୁ ଭୁବନେଶ୍ବର ଡାକି ନବୀନ ବୁଝାଇବେ ସେମାନଙ୍କ ପାଇଁ ସରକାର କଣ କଣ କରିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି ବିଜେଡି ଭିତରେ ପ୍ରତିଦ୍ବନ୍ଦ୍ବିତା ଯେତିକି ବଢୁଛି ରାଜନୀତି ସେତିକି ଉଷ୍ଣ ହେଉଛି । ସମସ୍ତଙ୍କ ନଜର ରହିଛି ମୋଦି କାଲି କଣ ତେରଛା ବାଣ ମାରୁଛନ୍ତି ଆଉ ନବୀନ କି ଜବାବ ଦେଉଛନ୍ତି । ଏପଟେ କଂଗ୍ରେସ ମୋଦିଙ୍କୁ ୫ ପ୍ରଶ୍ନର ଜବାବ ମାଗିଛି ।....  

{"id":73913}

ବଲାଙ୍ଗିରରୁ ବରମୁଣ୍ଡା । ମୋଦି ବନାମ ନବୀନ। ଚାଲିବ ବଳ କଷାକଷି । କାଲି ବଲାଙ୍ଗିର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାସକ ଭିତରେ ମୋଦିଙ୍କର ଏହା ତୃତୀୟ ଗସ୍ତ । ପ୍ରତି ଗସ୍ତରେ ଆସି ଓଡିଶାବାସୀଙ୍କ ପାଇଁ ମୋଦି ବିକାଶର ବାସ୍କେଟ ଖୋଲିବା ସହିତ ରାଜ୍ୟ ସରକାରଙ୍କୁ ତେରେଛା ବାଣ ମାରୁଛନ୍ତି। ଏମିତି କିଛି ନିଆରା ଷ୍ଟ୍ରାଟେଜିରେ ଆଗଉଛନ୍ତି ମୋଦି।

{"id":73914}

ଏପଟେ ନବୀନବି କାଉଣ୍ଟର ମୋଡରେ। ମୋଦିଙ୍କ ପ୍ରଥମ ଗସ୍ତ ବେଳେ ଖୋର୍ଦ୍ଧାରୁ ନବୀନ ସରକାରଙ୍କୁ ତେର୍ଛା ବାଣ ମାରିଥିଲେ ମୋଦି ଆଉ ତୁରନ୍ତ ଜବାବ ଦେଇଥିଲେ ନବୀନ। ଦ୍ବିତୀୟ ଗସ୍ତ ବେଳେ ବାରିପଦାରେ ମୋଦି ସମାବେଶ କରିଥିବା ବେଳେ ପୁରୀରେ ମହିଳା ସ୍ବୟଂ ସହାୟକ ଗୋଷ୍ଠିଙ୍କୁ ସମାନ୍ତରାଳ ଭାବେ ଏକାଠି କରିଥିଲେ ନବୀନ। ଆଉ କାଲି ବଲାଙ୍ଗିରରେ ମୋଦି ୧୫୪୫ କୋଟିର ପ୍ୟାକେଜ ଘୋଷଣା କରିବେ। ନବୀନ ଭୁବନେଶ୍ବରରେ କରିବେ କୃଷକ ମେଳା ।କେବଳ ଅପେକ୍ଷା ପରସ୍ପରକୁ କଣ କହି ଆକ୍ଷେପ କରୁଛନ୍ତି। କିନ୍ତୁ ଏଠି ନେତାଏ ପରସ୍ପର ମଧ୍ୟରେ ଯୁଦ୍ଧରେ ମାତିଛନ୍ତି।  

{"id":73916}

ବିଜେପି ଫୋକସରେ ଓଡିଶା । ମୋଦିଙ୍କ ତୁଫାନି ଗସ୍ତ ସାଙ୍ଗକୁ ଅମିତ ସାହା ୧୫ ଦିନ ଭିତରେ ୨ଥର ଓଡିଶା ଆସିବା ସ୍ଥିର ହୋଇଛି । ମୋଦିଙ୍କ ଘନଘନ ଓଡିଶା ଗସ୍ତ ଦେଖି କଂଗ୍ରେସ ଆଜି ପ୍ରଧାନମନ୍ତ୍ରୀଙ୍କ ଠାରୁ ୫ ପ୍ରଶ୍ନର ଉତ୍ତର ଦାବି କରିଛି । ପ୍ରଶ୍ନ ୧- ୨କୋଟି ନିଯୁକ୍ତି କୁଆଡେ ଗଲା ।୨-  ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା କଥା କଣ ହେଲା । ୩- କେବିକେ ଯୋଜନା ବନ୍ଦ ଏବଂ ଚିଟଫଣ୍ଡ ଦୁର୍ନିତି ତଦନ୍ତ କରୁଥିବା ସିବିଆଇ ଚୁପ୍ କାହିଁକି?

{"id":73917}

ବଲାଂଗୀର ଗସ୍ତ ସମୟରେ ମୋଦି ୧୦ଟି ପ୍ରକଳ୍ପର ଉଦଘାଟନ କରିବେ। ସ୍ଥାନୀୟ ରେଳ ଷ୍ଟେସନଠାରେ ସରକାରୀ ସମାବେଶରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କିମ୍ବା ଶିଳାନ୍ୟାସ କରିବେ। ଏହାପରେ ୧୧ ଟା ୪୦ରେ ସାଧାରଣ ସମାବେଶରେ ଯୋଗ ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.